ଆର,ଉଦୟଗିଗି-: ଆର,ଉଦୟଗିରି ଗ୍ରାମର ଚାଞ୍ଚଡା ସାହି ଉପରେ ଥିବା ଗୋପବନ୍ଧୁ ଉଚ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ମଧ୍ୟହ୍ନ ଭୋଜନ ଚାଉଳ ଚୋରୀ ଅଭିୋଗରେ ୩ ଜଣଙ୍କୁ ଗିରଫ କରି ଶନିବାର ଅପରାହ୍ନ ସମୟରେ କୋର୍ଟ ଚାଲାଣ କରାଯାଇଛି । ପୋଲିସ ସୁତ୍ରରୁପ୍ରକାଶ ଯେ ଆର,ଉଦୟଗିରି ଗ୍ରାମର ଗୋପବନ୍ଧୁ ଉଚ ପ୍ରାଥମିକ ବିଦ୍ୟାଳୟର କୋଠରୀରେ ରଖାଯାଥିବା ବିଦ୍ୟାଳୟର ମଧ୍ୟହ୍ନ ଭୋଜନ ଚାଉଳକୁ ଗୁରୁବାର ଅଧ ରାତିରେ କିଛି ବାଳକ ଚାଉଳ ରଖାଯାଇଥୀବା ଘରର ଚାବି ଭାଙ୍ଗି ୬ କୋଇଣ୍ଟଲ ୫୦କେଜି ଚାଉଳ ଚୋରି କରିନେଇଥୀଲେ । ଶୁକ୍ରବାର ଦିନ ବିଦ୍ୟାଳୟର ଚାଉଳ ପଡିଥିବାର ଦେଖି ସାହି ଲୋକେ ସେହି ରହୁଖିବା ଶିକ୍ଷକ ଜାଣାଇଥିଲେ । ଏହାସୁଣି ଶିକ୍ଷକ ବିଦ୍ୟାଳୟକ ଆସିଦେଖି ଏହି ବିଷୟ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରି ଜାଣାଇଥିଲେ ଏହାପରେ ବିଦ୍ୟାଳୟକୁ ସମସ୍ତ ଦେଖି ଏହି ବିଷୟ ନେଇ ପ୍ରଧାନଶିକ୍ଷୟତ୍ରୀ ଶିଲାରାଣୀ ମହରଣାଙ୍କୁ ସ୍ଥାନୀୟ ଥାନାରେ ଲିଖିତ ଜଣାଥୀଲେ । ସ୍ଥାନୀୟ ପୁଲିଷ ବିଦ୍ୟାଳୟକୁ ଆସି ବିଦ୍ୟାଳୟ ନିକଟରେ ଥିବା କିଛି ଘରକୁ ସନ୍ଦେହ କରି ଚଢାଉ କରି କିଛି ଘରରୁ ଚାଉଳ ଜବତ କରିଥୀଲେ । ପୋଲିସ ସନ୍ଦେହ କରି ସାହିର ଜଣେ ବାଳକ ବାଳା ପାଇକଙ୍କୁ ଥାନାକୁ ନେଇ ପଚରା ଉଚରା କରିବାରୁ ବାଳା ସାହାୟକରିଥିବା ୨ ଜଣ ବାଳକ କାଳିଆ ପାଇକ ଏବଂ ବାଟି ପାଇକ ନାମ କହିଥୀଲେ ଏଥୀସହ ସେହି ଚୋରା ଚାଉଳକୁ କାହାକୁ କାହାକୁ ବିକ୍ର କରିଥୀଲେ ସମସ୍ତ ବିଷୟ ବାଳା ପୋଲିସ କହିଥିଲେ । ଏନେଇ ଆର,ଉଦୟଗିରି ଥାନାରେ ୯\୨୦୨୦ କେସରୁଜୁ କରି ଏଥୀରେ ସଂପୁକ୍ତ ଥୀବା ୩ ଜଣ ବାଳକଙ୍କୁ ଗରଫ କରିଥୀଲେ । ସେହି ଚାଉଳକୁ କେଉଁଠି ବିକ୍ରି କରିଥୀଲେ ସେମାନଙ୍କ ଠାରୁ ୨କୋଇଣ୍ଟଲ ଚାଉଳ ଉଦ୍ଧାର କରି ଏହି ଚୋରୀକରିବା ୩ ଜଣ ବାଳକକୁ କୋର୍ଟ ଆଜି ଅପରାହ୍ନ ସମୟରେ ଚାଲାଣ କରାଯାଇଛି ବୋଲି ଥାନା ଅଧ୍ୟକାରୀଣି ମମତା ନାୟକ କହିଛନ୍ତି । ସାହି ବାସିନ୍ଦା ସୁଣାଯାଇଛି ଯେ ଗତମାସରେ ଏହି ବିଦ୍ୟାଳୟରୁ ୧୨ବସ୍ତା ଚାଉଳ ଚୋରୀଯାଇ ଥିଲା ସେହି ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାହିଁକି ପୋଲିସକୁ ଜାଣାଇନଥିଲେ ଏହା ନେଇ ସାଧାରଣରେ ସଦ୍ଧୟ ହେଉଛି ।