ବାଲିଗୁଡା, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମକୁ ମହାମହିମ ରାଜ୍ୟପାଳ ଗଣେସିଲାଲ ଗସ୍ତରେ ଆସି ପ୍ରଥମେ ବ୍ରହ୍ମବିଲୀନ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ବତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ |ପରେପରେ ସ୍ୱାମୀଜିଙ୍କ ଅବସ୍ଥାନ ଗୃହ ପରିଦର୍ଶନ କଲାପରେ ବିଶ୍ୱ ଶାନ୍ତି ରୁଦ୍ରଯଜ୍ଞ ଓ ପଞ୍ଚତିରିଶ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନିଜବକ୍ତବ୍ୟରେ ଭାରତର ଗାଥା ପରାକ୍ରମକୁ ବିଶ୍ୱ ନତମସ୍ତକ ହୋଇଛି, ଭାରତୀୟଙ୍କ ଗାରିମା ସଂସ୍କୃତିମୟ, କରିଛି ସାରା ବିଶ୍ୱକୁ ବୋଲି କହିଛନ୍ତି | ପରେ ସୁକନ୍ୟା ପତ୍ରିକା ଉନ୍ମୋଚନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଆଶ୍ରମ ସ୍ୱାମୀଜୀ ପୂଜ୍ୟ ଜୀବନ ମୁକ୍ତାନନ୍ଦଜୀ ପୁରୀ, ଆରଏସଏସ କ୍ଷତ୍ରିୟ ମାର୍ଗ ଦର୍ଶକ ଗୋପାଳ ପ୍ରସାଦ ମହାପାତ୍ର, ସମର୍ପଣ ଟ୍ରଷ୍ଟର ପବିତ୍ର ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ |ରାଜ୍ୟପାଳ ଆଶ୍ରମ ପରିସରରେ ଏକ ମହିଳା ମାନଙ୍କ ପାଇଁ ସିଲେଇ ମେସିନ ତାଲିମ କେନ୍ଦ୍ରର ମଧ୍ୟ ଉଦଘାଟନ କରିଥିଲେ | ରାଜ୍ୟପାଳକୁ ଆଶ୍ରମ ତରଫରୁ ସ୍ୱାଗତ କରାଯାଇଥିଲା | ତୁମୁଡିବନ୍ଧ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା |