Odisha news

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ୨ ଗୁରୁତର

0

ନୀଳଗିରି-୦୮/୦୨ଏକ ୧୦୮ ଆମ୍ବୁଲାନ୍ସ କଟକରେ ରୋଗୀଛାଡ଼ି ନୀଳଗିରି ଫେରୁଥିବା ବେଳେ ସେରଗଡ଼- ନୀଳଗିରି-ଉଦଳା ୧୯ନଂ ରାଜ୍ୟ ରାଜପଥର ଆମ୍ବୁଡ଼ିହା ପେଟ୍ରୋଲପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ଜଣ ବ୍ୟକ୍ତି ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନେ ହେଲେ ଆମ୍ବୁଲାନ୍ସ ଡ୍ରାଇଭର ଖଗେନ୍ଦ୍ର ମହାଳିକ ଓ ଫାର୍ମାସିଷ୍ଟ ଯୋଗେଶ୍ୱର ମହାନ୍ତ । ସେମାନଙ୍କ ଘର ମିତ୍ରପୁର ଓ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରେ । ଡ୍ରାଇଭର ଖଗେନ୍ଦ୍ର ମହାଳିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ ଯେ, ଆମ୍ବୁଲାନ୍ସଟି ସେରଗଡ଼ ଆଡ଼ୁ ଆସୁଥିବା ବେଳେ ଆମ୍ବୁଡ଼ିହା ନିକଟରେ ଏକ ଗଛକୁ ଧMାଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକମାନଙ୍କ ସମେତ ଦମ୍‍କଳବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନେଇଥିଲେ ।

Leave A Reply

Your email address will not be published.