Odisha news

ବ୍ଳକ ସ୍ତରୀୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ପର୍କ ଶିବିର

0

ବାଲିଗୁଡା,କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ହବାକ୍ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଅନୁସୂଚିତ ଜାତି ଓ ଅନୁସୁଚିତ ଜନଜାତି ଏବଂ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା,ବାଲିଗୁଡା ପକ୍ଷରୁ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର କୁମାର ରଣଜିତଙ୍କ ଅଧ୍ୟକ୍ଷତାରେ ଏକ ବ୍ଳକ ସ୍ତରୀୟ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ମୂଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନ,ସମ୍ନାନିତ ଅତିଥି ଭାବେ ବିଡିଓ ଶାନ୍ତନୁ କୁମାର ନାୟକ,ବ୍ଳକ ଉପାଧ୍ୟକ୍ଷ ହୃଦାନନ୍ଦ କହଁର,ଜିଲ୍ଲା ପରିଷଦ ସଭ୍ୟ ଅମରକାନ୍ତ ନାୟକ,ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ଦୟାନିଧି ନାୟକ,ଏବିଇଓ ବାଣୀଚରଣ ରଥ ପ୍ରମୁଖଙ୍କ ସହ ବହୁ ମହିଳା ଯୋଗଦେଇଥିଲେେ ।” ମୋ ସରକାର” କାର୍ଯ୍ୟକ୍ରମ ମାଧ୍ୟମରେ ଅନୁସୁଚିତ ଜାତି ଓ ଜନଜାତି ବର୍ଗର ସାମଗ୍ରିକ ଉନ୍ନତି ସକାଶେ ସରକାର କାର୍ଯ୍ୟକାରି କରିଥିବା ଯୋଜନା ଗୁଡିକୁ ସମସ୍ତ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସୂସମ୍ପକ୍ମ ସ୍ଥାପନ କରି ଯୋଜନାକୁ ସଫଳ ରୂପାୟନ କରିବା ହିଁ ଉକ୍ତ ସମ୍ପର୍କ ମେଳାର ମୂଖ୍ୟ ଉଦ୍ଦେଶ୍ୟ ବୋଲି ବକ୍ତା ମତବ୍ୟକ୍ତ କରିଥିଲେ l ମହିଳା ସଶକ୍ତୀକରଣ ଓ ଜୀବିକାନିର୍ବାହ, ଅଧିକୃତ ଜଙ୍ଗଲ ଜମିରେ ଚାଷବାସ ସହ ଗୋଷ୍ଠୀଗତ ଅଧିକାର,ଜନ ହିତକର ଯୋଜନା,ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ରାବାସ,ଛାତ୍ରବୃତ୍ତି, ଆକାଂକ୍ଷା, ଅନ୍ବେଷା,ମାଗଣା ଶିକ୍ଷା,ଜୀବନ କୌଶଳ ଶିକ୍ଷା ଆଦି ବିଷୟରେ ଅାଲୋକପାତ କରିବା ସହ ଭିଡିଓ ମାଧ୍ୟମରେ ଅବଗତ କରାଇଥିଲେ।ଶେଷରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଉପରେ ଆଲୋଚନା କରାଯିବା ସଙ୍ଗେସଙ୍ଗେ ମୂଖ୍ୟ ଅତିଥିଙ୍କ ଦ୍ବାରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରାଯାଇଥିଲା। ରିଷିଗୁଡା ଗ୍ରାମର ମା’ଲେରେଣ୍ଡା ନୃତ୍ୟଦଳ ନୃତ୍ୟ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ କଳିଙ୍ଗା ଡିଏଭି ସ୍କୁଲର ଶିକ୍ଷକ ତ୍ରିଲୋଚନ ପଣ୍ଡା ଓ ସୁଧିର କୁମାର ସାହୁ ପରିଚାଳନା କରିଥିଲେ।

Leave A Reply