ହାବର୍ଡ଼ ବିଶ୍ଵ ବିଦ୍ୟାଳୟ ର ଗବେଷଣା ରୁ ଖୁଲାସା : ଏହି ୨ଟି ଭାରତୀୟ ମସଲା ପାର୍କିନସନ୍ ଓ ବ୍ରେନ୍ ଷ୍ଟ୍ରୋକ ସମସ୍ୟା ଦୂର କରିଥାଏ
ହଳଦୀ ଓ ମହୁ ଦୁଇଟି ଶକ୍ତିଶାଳୀ ପ୍ରାକୃତିକ ପଦାର୍ଥ ଯାହାଦ୍ଵାରା ଆୟୁର୍ବେଦ ଶାସ୍ତ୍ର ରେ ପାରମ୍ପରିକ ଚିକିତ୍ସା ହେଉଛି କେଉଁ ପୁରୁଣା କାଳରୁ । ସାଧାରଣ ଭାବରେ ହଳଦୀ ଭାରତୀୟ ବ୍ୟଞ୍ଜନ ରେ ବ୍ୟବହାର ହେଉଥିବା ଗୋଟିଏ ଗୁରୁତ୍ଵ ପୂର୍ଣ୍ଣ ମସଲା ଅଟେ । ଯେଉଁଥିରେ ଆଣ୍ଟି ଇମ୍ଫ୍ଲାମେଟରୀ ଗୁଣ ଓ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଭରି ହୋଇ ରହିଛି । ମହୁ ଗୋଟିଏ ପ୍ରାକୃତିକ ସ୍ଵୀଟନର୍ ଅଟେ , ଯେଉଁଥିରେ ଜୀବାଣୁ ବିରୋଧୀ ଗୁଣ ରହିଛି । ଯଦି ଜଣେ ବ୍ୟକ୍ତି ନିୟମିତ ହଳଦୀ ଓ ମହୁ ମିଶାଇ ସେବନ କରିବ ୭ଟି ରୋଗ ରୁ ମୁକ୍ତି ପାଇବ ।
* ଶ୍ୱେତ ରକ୍ତ କୋଷିକା କୁ ଉତ୍ପାଦନ କରି ହଳଦୀ ଓ ମହୁ ପ୍ରତିରକ୍ଷା ପ୍ରଣାଳୀ କୁ ମଜବୁତ୍ କରିଥାଏ । ଏହା ଶରୀର କୁ ସଂକ୍ରମଣ ଠାରୁ ରକ୍ଷା କରି ବିଭିନ୍ନ ରୋଗ ଠାରୁ ରକ୍ଷା କରିଥାଏ । ଏଥିରେ ଆଣ୍ଟି ଇମ୍ଫ୍ଲାମେଟରୀ ଗୁଣ ରହିଥାଏ ଯାହା ଶରୀର ର ଫୁଲା କୁ କମାଇ ଥାଏ ।
* ହଳଦୀ ଓ ମହୁ ସେବନ ଦ୍ଵାରା ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ହଳଦୀ ପାଚନ ରସ କୁ ପ୍ରୋତ୍ସାହିତ କରିଥାଏ । ଅନ୍ୟ ପକ୍ଷରେ ମହୁ ପାଚନ ତନ୍ତ୍ର କୁ ଶାନ୍ତ କରିଥାଏ । ଏହା ଦୁଇଟି ଜିନିଷ ମିଳିତ ଭାବରେ ପାଚନ ତନ୍ତ୍ର କୁ ସୁରକ୍ଷିତ ରଖି ଥାଆନ୍ତି ।
* ମହୁ ରେ ଜୀବାଣୁ ବିରୋଧୀ ଗୁଣ ରହିଛି । ଯାହାକି ସର୍ଦ୍ଦି କାଶ ଠାରୁ ରକ୍ଷା କରିଥାଏ । ଅନ୍ୟ ପକ୍ଷରେ ହଳଦୀ ଶ୍ୱାସ ନଳୀ କୁ ସୁରକ୍ଷିତ ରଖିଥାଏ । ହଳଦୀ ଓ ମହୁ ମିଳିତ ଭାବରେ ସେବନ କରିବା ଦ୍ୱାରା କଫ ସମସ୍ୟା ଦୂର ହୋଇଥାଏ ।
* ତ୍ଵ ଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ପାଇଁ ହଳଦୀ ଓ ମହୁ ଖୁବ୍ ପ୍ରଭାବଶାଳୀ ଅଟେ । ଏହି ଦୁଇଟି ଜିନିଷ ଆଣ୍ଟି ଇମ୍ଫ୍ଲାମେଟରୀ ଓ ଆଣ୍ଟି ଆକ୍ସିଡ଼ାଣ୍ଟ ଗୁଣରେ ଭରପୁର ହୋଇଥିବା କାରଣରୁ ବ୍ରଣ ସମସ୍ୟା ଦୂର କରି ତ୍ୱଚା କୁ କୋମଳ କରିଥାଏ ।
* ହଳଦୀ ରେ ରହିଥିବା ଆଣ୍ଟି ଇମ୍ଫ୍ଲାମେଟରୀ ଗୁଣ ରହିଥାଏ , ଯାହା ଓଜନ ହ୍ରାସ କରିବା ସହିତ ଗଣ୍ଠି ଯନ୍ତ୍ରଣା, ଶ୍ୱାସ ସମସ୍ୟା ଓ କଫ ସମସ୍ୟା ଦୂର କରିଥାଏ ।
* ହଳଦୀ ଓ ମହୁ ଆଣ୍ଟି ଅକ୍ସିଡ଼ାଣ୍ଟ ଗୁଣ ରେ ଭରପୁର ଅଟେ । ଯାହା ମାନସିକ ଚାପ ଦୂର କରିଥାଏ । ଏହାଛଡା ହୃଦ୍ ଘାତ ଓ ହୃଦ୍ ରୋଗ କୁ ଏଡାଇ ବାରେ ସାହାଯ୍ୟ କରିଥାଏ । ଏହାଛଡା କଲେଷ୍ଟ୍ରାଲ ସ୍ତର ନିୟନ୍ତ୍ରଣ କରି ରକ୍ତଚାପ ନିୟନ୍ତ୍ରଣ କରିଥାଏ ।
* ହଳଦୀ ରେ କର୍ କ୍ୟୁମୀନ ଓ ନ୍ୟୁରୋ ପ୍ରୋଟେକ୍ଟିଭ୍ ଗୁଣ ରହିଥାଏ । ଏହା ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା କୁ ବୃଦ୍ଧି କରିଥାଏ । ଅଲ୍ଜାଇମାର୍ ଓ ପାର୍କିନସନ୍ ଭଳି ନ୍ୟୂରୋ ଲୋଜିକଲ୍ ରୋଗ କୁ ଦୂର କରିଥାଏ ।
