ଆଜିର ବିଶ୍ୱରେ ସବୁଠୁ ମାରାତ୍ମକ ବ୍ୟାଧି ଯଦି କିଛି ରହିଥାଏ ତାହା ହେଉଛି କ୍ୟାନ୍ସର । କ୍ୟାନ୍ସର କାରଣରୁ ପ୍ରତିବର୍ଷ ଅନେକ ଲୋକ ପ୍ରାଣ ହରାଇ ଥାଆନ୍ତି । WHO ର ସୂଚନା ଅନୁସାରେ ପ୍ରତିବର୍ଷ ପ୍ରାୟ ୧କୋଟି ଲୋକ ପ୍ରାଣ ହରାଇଛନ୍ତି ବିଶ୍ୱରେ କ୍ୟାନ୍ସର କାରଣରୁ । ଭାରତ ମଧ୍ୟ କ୍ୟାନ୍ସର ରେ ପ୍ରଭାବିତ , ଇଣ୍ଡିଆ ଏଗ୍ନେଷ୍ଟ କ୍ୟାନ୍ସର ର ଆକଳନ ଅନୁସାରେ ବର୍ତ୍ତମାନ ଭାରତରେ ୨୭ ଲକ୍ଷ ଲୋକ କ୍ୟାନ୍ସର ରେ ପୀଡ଼ିତ ଅଛନ୍ତି । ବିଶେଷଜ୍ଞ ଙ୍କ ମତରେ ବିଶେଷ ଭାବରେ ଆମର ଲାଇଫ ଷ୍ଟାଇଲ ଓ ଖାଦ୍ୟ ପେୟ ଯୋଗୁଁ ଅଧିକ ଲୋକେ କ୍ୟାନ୍ସର ରେ ପୀଡ଼ିତ ହେଉଛନ୍ତି । ଅନ୍ୟ ପକ୍ଷରେ ନେସନାଲ ଲାଇବ୍ରେରୀ ଅଫ ମେଡିସିନ ର ଗୋଟିଏ ସୂଚନା ଅନୁସାରେ କୁହାଯାଇଛି ଯେ ୫ରୁ ୧୦ ପ୍ରତିଶତ କ୍ୟାନ୍ସର ଜିନ୍ କାରଣରୁ ହୋଇଥାଏ ।
* ଆମେରିକାରେ ଗୋଟିଏ ଅଧ୍ୟୟନ ଅନୁସାରେ ମାଣ୍ଡିଆ କୁ ସୁପର୍ ଫୁଡ୍ ଭାବରେ ଗୁରୁତ୍ଵ ଦିଆ ଯାଇଛି । କାହିଁକି ନା ପ୍ରାୟ ସମସ୍ତ ଗବେଷଣା ରେ ମୋଟା ମୋଟା ଶସ୍ୟ କୁ ସୁପର ଫୁଡ୍ ଭାବରେ ଗୁରୁତ୍ଵ ଦିଆଯାଉଛି ।
* ଆମେରିକାର ସେଣ୍ଟର୍ ଅଫ ବାୟୋଟେକ୍ନୋଲୋଜୀ ଇନ୍ଫରର୍ମେସନ୍ ର ସୂଚନା ଅନୁସାରେ ମାଣ୍ଡିଆ କ୍ୟାନ୍ସର ର ପ୍ରଭାବ କୁ କମ୍ କରିବାରେ ରମବାଣ ଭଳି କାର୍ଯ୍ୟ କରିଥାଏ ।
* NCBI ର ରିସର୍ଚ୍ଚ ପେପର ଅନୁସାରେ ମାଣ୍ଡିଆ କୁ ନେଇ ଯେଉଁ ଗବେଷଣା ହୋଇଛି , ସେଥିରେ ଦେଖିବାକୁ ମିଳିଛି ଯେ ମାଣ୍ଡିଆ ଅନେକ ମୂଲ୍ୟବାନ ଗୁଣରେ ଭରପୁର ଅଟେ । ମାଣ୍ଡିଆ କୁ ପୋଲି ଫିନାଲ୍ ଫୋଟୋ କେମିକାଲ ଓ ଡାଏଟ୍ରି ଫାଇବର୍ ର ଗୋଟିଏ ବଡ ସ୍ରୋତ ଅଟେ । ମଣ୍ଡିଆ ରେ ଅନେକ ପ୍ରକାର ର ଆନ୍ଟି ଅକ୍ସିଡ଼ାଣ୍ଟ ରହିଥାଏ । ଯାହାକି ମାଣ୍ଡିଆ କୁ ସୁପର୍ ଫୁଡ୍ କରିଥାଏ ।
* ମାଣ୍ଡିଆ ରେ ୦.୩୮ ପ୍ରତିଶତ କ୍ୟାଲସିୟମ ରହିଥାଏ । ଯାହାକି ମାଣ୍ଡିଆ କୁ ସୁପର୍ ଫୁଡ୍ କରିଥାଏ । ୧୮ ପ୍ରତିଶତ ଡ଼ାଏଟ୍ରି ଫାଇବର ରହିଥାଏ ଓ ୩ପ୍ରତିଶତ ଫେନୋଲିକ୍ କମ୍ପାଉଣ୍ଡ ମିଳିଥାଏ । ଯେଉଁ କାରଣରୁ ମାଣ୍ଡିଆ ଆଣ୍ଟି – ଡାଇବେଟିକ୍ , ଆଣ୍ଟି – ଟ୍ୟୁମରଜେନିକ , ଆଣ୍ଟି – ମାଇକ୍ରୋବିୟଲ ଅଟେ । ମାଣ୍ଡିଆ ଧମନୀ ରେ ଥିବା କଲେଷ୍ଟ୍ରାଲ୍ କୁ ସଫା କରିଥାଏ । ହାର୍ଟ କୁ ସୁରକ୍ଷିତ ରଖିବାରେ ମାଣ୍ଡିଆ ଖୁବ୍ ଉପଯୋଗୀ ।
