Odisha news

ଆଜି ହେଉଛି ତୁଳସୀ ବିବାହ , ଘଟୁଛି ଗଜ କେଶରୀ ଯୋଗ : ମା ଲକ୍ଷ୍ମୀ ଓ ଶ୍ରୀହରି ଙ୍କ କୃପା ପାଇବା ପାଇଁ ଏହି ବିଧିରେ କରନ୍ତୁ ପୂଜା

0

କାର୍ତିକ ମାସ ର ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ତୁଳସୀ ଙ୍କ ବିବାହ ଭଗବାନ ବିଷ୍ଣୁଙ୍କ ଅବତାର ଶାଳଗ୍ରାମ ଙ୍କ ସହିତ କରାଯାଇ ଥାଏ l ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ଦିନ ତୁଳସୀ ବିବାହ ଅନୁଷ୍ଠିତ ହେବ l ଶାସ୍ତ୍ର ଅନୁସାରେ ତୁଳସୀ ବିବାହର ଆୟୋଜନ କରିବା ଖୁବ ଶୁଭ ହୋଇଥାଏ l ଏହିଦିନ ବିଧି ବିଧାନ ଭାବରେ ତୁଳସୀ ଙ୍କ ବିବାହ କରାଇବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ l ଶାଳଗ୍ରାମ ଭଗବାନ ବିଷ୍ଣୁଙ୍କ ର ପ୍ରତିଛବି ଅଟନ୍ତି l

ଏହି ବିଧିରେ କରନ୍ତୁ ତୁଳସୀ ବିବାହ –
– ଶାସ୍ତ୍ର ଅନୁସାରେ ଯେଉଁ ଦମ୍ପତି ଙ୍କର କନ୍ୟା ସନ୍ତାନ ନାହାନ୍ତି ତାଙ୍କୁ ଜୀବନରେ ଥରେ ତୁଳସୀ ବିବାହ କରିବା ଆବଶ୍ୟକ l ଏହାଦ୍ୱାରା କନ୍ୟାଦାନ ର ମହା ପୁଣ୍ୟ ଲାଭ ହୋଇଥାଏ l ଏବଂ ତୁଳସୀ ବିବାହ ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ l

– ତୁଳସୀ ବିବାହ ପାଇଁ ତୁଳସୀ ଚଉରା ନିକଟରେ ସାଜସଜ୍ଜା ମଣ୍ଡପ ଭଳି କରିବା ଆବଶ୍ୟକ l ଏବଂ ଏହି ମଣ୍ଡପ ଆଖୁ ଓ ଆମ୍ବ ପତ୍ରରେ ହେବା ଶୁଭ ହୋଇଥାଏ l

– ତୁଳସୀ ଚଉରା ନିକଟରେ ସିନ୍ଦୁର, ଶଙ୍ଖା , ନାଲି ବସ୍ତ୍ର, ଅଳତା ଇତ୍ୟାଦି ଜିନିଷ ଅର୍ପଣ କରିବା ଜରୁରୀ l ଏହାଦ୍ୱାରା ମହିଳା ମାନେ ବୈକୁଣ୍ଠ ପୁରୀ ପ୍ରାପ୍ତ କରନ୍ତି l

– ତୁଳସୀଙ୍କ ହଳଦୀ ପାଣିରେ ସ୍ନାନ କରାଇ ଦୁବ, ବରକୋଳି ପତ୍ର, ଅରୁଆ ଚାଉଳ ପକାଇ ବନ୍ଦଇବା ଜରୁରୀ l ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ହୁଳହୁଳୀ ପକାଇ , ଶଙ୍ଖ ବଜାଇ ପୂଜା କରିବା ଜରୁରୀ ଏବଂ ୧୧ ଥର ତୁଳସୀ ଙ୍କୁ ପରିକ୍ରମା କରିବା ଜରୁରୀ l

– ଶେଷ ରେ କର୍ପୁର ଆଳତି କରି, ଧୂପ ବୁଲାଇ ମା ବୃନ୍ଦାବତୀ ଙ୍କ ନିକଟରେ ମଙ୍ଗଳା ଅଷ୍ଟକ ପାଠ କରନ୍ତୁ l

ମିଳିଥାଏ ଏହିସବୁ ଲାଭ –
– ତୁଳସୀ ବିବାହ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ l
– ସନ୍ତାନ ମାନଙ୍କର ମଙ୍ଗଳ ହୋଇଥାଏ l
– ମାତା ଲକ୍ଷ୍ମୀଙ୍କ କୃପାରୁ ଧନହାନୀ ସମସ୍ୟା ଦୂର ହୋଇଥାଏ l
– ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ l

Leave A Reply