Odisha news

ଜଣେ ସାଧାରଣ ଚା’ ବିକାଳିରୁ ଦେଶର ଚାମ୍ପିୟନ୍‌: ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

0

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷା‌ର ଅନ୍ତ ଘଟିଛି। ଶେଷରେ ଭାରତରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଳ୍ଡ ଟ୍ରମ୍ପ୍‌ ଓ ଫାଷ୍ଟ୍‌ ଲେଡି ମେଲାନିଆ। ସେ ଉତ୍ତରପ୍ରଦେଶସ୍ଥିିତ ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚି ମୋଦୀଙ୍କୁ ଭବ୍ୟ ଅଭିନନ୍ଦନ ଜଣାଇଥିଲେ। ତାଙ୍କ ସହ ମେଲାନିଆ ମଧ୍ୟ ମଞ୍ଚ ଉପରକୁ ଯାଇଥିଲେ। ଟ୍ରମ୍ପ୍‌ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂରିଭୂରି ପ୍ରଶଂସା କରିଥିଲେ।

ଟ୍ରମ୍ପ୍‌ ନିଜର ଭାଷଣରେ କହିଛନ୍ତି କି ‘ଦିନେ ଜଣେ ଚା ବିକାଳୀ ଭାବେ ପରିଚିତ ଥିବା ମୋଦୀ ଏବେ ଭାରତର ଚାମ୍ପିୟନ ପାଲଟିଛନ୍ତି। ଭାରତର ବିକାଶ ପାଇଁ ମୋଦୀ ଦିନ ରାତି ଏକାଠି କରି କାମ କରି ଚାଲିଛନ୍ତି। ଭାରତୀୟମାନେ କିପରି ନିଜର କଠିନ ପରିଶ୍ରମ ଦ୍ବାରା ସଫଳତା ଅର୍ଜନ କରିପାରନ୍ତି ମୋଦୀ ତାହାର ଏକ ଜ୍ବଳନ୍ତ ଉଦାହରଣ।’ ଏହା ବ୍ୟତୀତ ସେ ମୋଦୀଙ୍କୁ ତାଙ୍କର ଜଣେ ବାସ୍ତବ ‌ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି।

ANI

@ANI

US President Donald Trump: We will always remember this remarkable hospitality. India will hold a special place in our hearts. PM Modi started out as ‘tea wallah’, he worked as a tea seller. Everybody loves him but I will tell you this, he is very tough

View image on TwitterView image on Twitter
372 people are talking about this
ଟ୍ରମ୍ପ୍‌ ଆହୁରି ବି କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ମୋଦୀ , ଆପଣ କେବଳ ଗୁଜୁରାଟର ଗର୍ବ ନୁହଁନ୍ତି। ଆପଣ ପ୍ରମାଣ କରି ଦେଇଛନ୍ତି ଯେ ନିଜର ଦୃଢ଼ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ ରହିଲେ କେଉଁ ବି ଭାରତୀୟ ସଫଳ ହୋଇପାରିବେ।’

ଅସଂଖ୍ୟ ଜନଗହଳି ଭିତରେ ମୋଟେରା ଷ୍ଟାଡିୟମ୍‌ରେ ନିଜକୁ ପାଇ ଟ୍ରମ୍ପ୍‌ ସମ୍ମାନିତ ଅନୁଭବ କରୁଥିବା କଥା ନିଜ ଭାଷଣରେ କହିଛନ୍ତି। ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ ଯେଉଁଭଳି ଭାବେ ଧାଡ଼ି ଦେଇଥିଲେ ତାହାକୁ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ଟ୍ରମ୍ପ୍‌। ଭାରତର ଆତିଥ୍ୟ ସଦା ମନେ ରହିବ ବୋଲି ସେ ତାଙ୍କ ଭାଷଣରେ କହିଛନ୍ତି।’

Leave A Reply