Odisha news

କରୋନା ର ପ୍ରଭାବ ଭୋକ ଉପାସରେ ୨୫୦ରୁ ଉଦ୍ଧ୍ୱର୍ ଟ୍ରକ ଡ୍ରାଇଭର ପରିବାର

0

ଅନୁଗୁଳ: କରୋନା ଛଡାଇ ନେଇଛି ଶହ ଶହ ଗାଡି ଚାଳକଙ୍କ ଜୀବିକା । ଲକ୍ ଡାଉନ୍ ଯୋଗୁଁ ବେକାର ହୋଇ ବସି ରହିଛନ୍ତି ସେମାନେ । ଦୀର୍ଘ ଦିନ ହେଲା ଏଭଳି ବସି ରହିବା ଯୋଗୁଁ ଏବେ ଘରେ ଚୁଲି ଜଳୁନି । ପିଲାଛୁଆ ଭୋକ ଉପାସରେ କାଳାତିପାତ କରୁଛନ୍ତି । ଆହୁରି କେତେଦିନ ଏମିତି ଚାଲିବ ସେ ନେଇ ଚିନ୍ତାରେ ପଡି ଯାଇଛନ୍ତି ସେମାନେ ।

ଏଭଳି ଅବସ୍ଥା ସବୁ ଜାଗାରେ ଦେଖିବାକୁ ମିଳୁଥିଲେ ମଧ୍ୟ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ପାଇକସାହି ଗାଁରେ ପ୍ରାୟ ୨୫୦ରୁ ଅଧିକ  ଗାଡି ଚାଳକଙ୍କ ଦୁଃଖ କହିଲେ ନ ସରେ । ଆଠମଲ୍ଲିକ ବ୍ଲକର ପାଇକସାହି ଗାଁରେ ବସବାସ କରନ୍ତି ପ୍ରାୟ ୫ଶହରୁ ଅଧିକ ପରିବାର । ଗାଁର ପ୍ରତି ପରିବାରର ଅତି କମରେ ଜଣେ ଗାଡି ଚାଳକ । ତେଣୁ ଦେଖିବାକୁ ଗଲେ ଗାଁରେ  ୨୫୦ରୁ୩୦୦ ଗାଡି ଚାଳକ ଅଛନ୍ତି ।

ସେମାନେ ମୁଖ୍ୟତଃ ଭାରି ଯାନ ଚଳାଇ ଥାଆନ୍ତି । ବିଶେଷ କରି ରାଜ୍ୟ ବାହାରେ ବିହାରେ ବିହାର, ଛତିଶଗଡ, ମଧ୍ୟପ୍ରଦେଶ, ଉତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ଯାଇ ଗାଡି ଚଳାନ୍ତି । କିଏ ପରିବହନ କରେ ତ ଆଉ କିଏ ବିଭିନ୍ନ କାରଖାନାରେ ଗାଡି ଚଳାଏ । ସେଥିରୁ ଯାହା ରୋଜଗାର ହୁଏ ପରିବାର ଚାଲେ । ହେଲେ ଏବେ ଲକ୍ ଡାଉନ୍ ଯୋଗୁଁ କାରଖାନା ମାଲିକ ମାନେ ଚାକିରିରୁ ବାହାର କରି ଦେଇଛନ୍ତି । ପରିବହନ କରୁଥିବା ଟ୍ରକ ଅଧିକ ଚାଲୁନି । ଯାହା ଚାଲୁଛି ସେଥିରେ ବାହାରକୁ ଗଲେ ର୍ଗାର କଟକଣା ଯୋଗୁଁ ଫେରିଲେ ଆଉ ଗାଁକୁ ପୁରାଇ ଦେଉନାହାଁନ୍ତି ।

ତେଣୁ ବାହାରକୁ ଗାଡି ନେଉ ଯାଉ ନାହାଁନ୍ତି । ବାହାର ରାଜ୍ୟରେ କାରଖାନାରେ ଗାଡି ଚଳାଉଥିବା ଚାଳକ ମାନଙ୍କୁ ମାଲିକ ମାନେ ଆଉ ଡାକୁ ନାହାଁନ୍ତି । ଏପରିକି ପୂର୍ବରୁ ବକେୟା ଥିବା ଦରମା ମଧ୍ୟ ଦେଉ ନାହାଁନ୍ତି । ତେଣୁ କୋ÷ଣସି ଉପାୟ ନପାଇ ବେକାର ହୋଇ ବସି ରହିଛନ୍ତି ଘରେ । ଯାହା କିଛି ସଂଚୟ କରି ରଖିଥିଲେ ତାହା ମଧ୍ୟ ଗଲାଣି । ଫଳରେ ଏବେ ଓଳିଏ ଖାଇ ଓଳିଏ ଉପାସ ରହୁଛନ୍ତି । ଅଭାବ ଅନାଟନ ଭିତରେ ପିଲାଛୁଆଙ୍କୁ ନେଇ ରହୁଥିବା ଏହି ଗାଡି ଚାଳକ ମାନେ କଣ କରିବେ କିଛି ଚିନ୍ତା କରିପାରୁ ନାହାଁନ୍ତି । ଫଳରେ ସେମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରକିଥିଲେ । ସେମାନଙ୍କର ଆଉ କୋ÷ଣସି ଜୀବିକା ନାହିଁ । ଚାଷବାସ କରକିବାକୁ ଚାଖଣ୍ଡେ ଜମି ନାହିଁ ।

ଏଭଳି ପରିସ୍ଥିତିରେ ଆଗକୁ ସେମାନଙ୍କୁ ଆଉ କାମଧନ୍ଦା ମିଳିବ କି ନାହିଁ ତାହା ମଧ୍ୟ ଅନିଶ୍ଚିତତା ଭିତରେ ରହିଛି । ତେଣୁ ସରକାରୀ ସହାୟତା ପାଇଁ ପ୍ରଶାସନକୁ ଗୁହାରି କରିବାକୁ ବୈଠକରେନିଷ୍ପତି ନେଇଛନ୍ତି । ଏବେଠାରୁ ଅନେକ ଗାଡି ଚାଳକଙ୍କ ଘରେ ଚୁଲି ଜଳୁନି । ଆଗକୁ ପରିସ୍ଥିତି କଣ ହେବ ସେକଥା କହି ହେବ ନାହିଁ । ତେଣୁ ସରକାର କିଛି ସହାୟତା ନକଲେ ସେମାନଙ୍କ ପିଲାଛୁଆ ଭୋକ ଉପାସରେ ମରିବେ । ପାଇକସାହି ଡ୍ରାଇଭର ସଂଘ ସଭାପତି ଭୁବନ କୁମାର ଜେନା, ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ ଓ ଟ୍ରକ ଚାଳକ ଲୋଚନ କୁମାର ନାୟକ ପ୍ରମୁଖ କୁହନ୍ତି ନା ଆମର ଜମିବାଡି ଅଛି ନା ଆଉ କିଛି ବେଉସା । ଗାଡି ଚଳାଇ ଫେଟ ପୋଷୁଛୁ । ଏବେ ତାହା ମଧ୍ୟ ହାତରୁ ଚାଲି ଯାଇଛି । ତେଣୁ କରିବୁ କଣ, ଖାଇବୁ କଣ ଏହି ଚିନ୍ତାରେ ଦିନ କଟୁଛି । ସରକାର ଆମ କଥା ନବୁଝିଲେ ଆମେ ସମସ୍ତେ ମରିଯିବୁ ।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଶ୍ରମ ମାରଣ ନୀତି, ଘରୋଇକରଣ, ଶ୍ରମ ଆଇନ ନିଲମ୍ବନ ଏବଂ ୧୨ ଘଟାଂ ଶ୍ରମ ନିର୍ଘଟଂ ନିଷ୍ପତି ପ୍ରତ୍ୟାହାର ଦାବୀରେ ଭାରତୀୟ ମଜଦୁର ସଂଘ ତରଫରୁ ସ୍ମାରକ ପତ୍ର ପ୍ରଦାନ

ଅନୁଗୁଳ: କରୋନା ମହାମାରୀ ପାଇଁ ଦେଶ ଆଜି ଏକ ଘଡିସନ୍ଧି ମୁହୂର୍ତରେ ଗତି କରୁଛି । ଆଜି ସାରା ଦେଶରେ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏବଂ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ହଜାର ହଜାର ଶ୍ରମିକ ନିଜର ଜୀବନ ଜୀବିକା ହରାଇ ରାଜ ରାସ୍ତାରେ ଶହ ଶହ କି.ମି ପାଦରେ ଚାଲି ଚାଲି ସ୍ୱଗୃହ କୁ ପ୍ରତ୍ୟାବର୍ତନ କରିଥିବା ସମୟରେ ରାସ୍ତାରେ ପଡି ମୃତ୍ୟୁ ବରଣ କରୁଛନ୍ତି । ରାଜ ରାସ୍ତା ମଧ୍ୟ ମରଣ ଯନ୍ତା ପାଲଟିଛି । ଦିନରେ ୨ଥର ଖାଇବାକୁ ମିଳୁନି । ସାରା ଦେଶରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି ।

ଗରିବ ଶ୍ରମିକ ମାନଙ୍କୁ ସୁରକ୍ଷା ଦେବା, ଏବଂ ଥଇଥାନ କରିବା ପରିବର୍ତେ ଦେଶର କିଛି ଶିଳ୍ପପତି ଓ  ପୁଜିଂପତି ମାନଙ୍କ କୁଚକ୍ରାନ୍ତ ରେ ଶିକାର ହୋଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଦୈନିକ ଶ୍ରମ ନିର୍ଘଟଂ ୮ରୁ ୧୨ ଘଟାଂ କୁ ବୃଦ୍ଧି କରିବା, ଲାଭାନ୍ୱିତ ଶିଳ୍ପ ସଂସ୍ଥାକୁ ଘରୋଇକରଣ କରିବା, ତ୍ରୁଟି ଯୁକ୍ତ ଶ୍ରମ ଆଇଡ଼ଖଉ ଲାଗୁ କରିବା ଇତ୍ୟାଦି ଭୁଲ ରାସ୍ତାକୁ ଆପଣେଇଛନ୍ତି ।

ତେଣୁ ଭାରତୀୟ ମଜଦୁର ସଂଘ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦାବୀ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ, ଆଗାମୀ ଦିନରେ ସରକାର ତାଙ୍କର ଭୁଲ ନିଷ୍ପତିକୁ ପରିବର୍ତନ କରିବା ସଙ୍ଗେ ସଙ୍ଗେ ଲକ୍ ଡାଉନ୍ ସମୟରେ ଛଟେଇ ଶ୍ରମିକ ମାନଙ୍କୁ ୩ ମାସର ଦରମା ଏବଂ କାର୍ଯ୍ୟରେ ପୁଣି ନିଯୁକ୍ତି ପ୍ରଦାନ କରିବା, ଚିକିତ୍ସାର ସୁ ବନେ୍ଦାବସ୍ତ କରିବା, ରାଜ୍ୟ ଏବଂ ଅନ୍ୟରାଜ୍ୟରେ ଥିବା ଶ୍ରମିକ ମାନଙ୍କୁ ନିଜର ଘରକୁ ଫେରାଇ ଆଣିବା, ବର୍ଷ ବର୍ଷ ଧରି ବକେୟା ଦରମା ଏବଂ ଅନ୍ୟ ସମସ୍ତ ପ୍ରାପ୍ୟ କୁ ପ୍ରଦାନ କରିବା, ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଡି ଶ୍ରମିକ, ପାଚିକା, ଅଙ୍ଗନବାଡି, ଆଶା କର୍ମୀ, ଡ୍ରାଇଭର, ହକର, ଉଠାଦୋକାନୀ ଏବଂ ଅନ୍ୟାନ୍ୟ ଶ୍ରମିକ ମାନଙ୍କୁ ୧୫୦୦୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଏକ ଦାବୀପତ୍ର ଜିଲ୍ଲା ସମ୍ପାଦକ ସଂଜୟ କୁମାର ଦେହୁରୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କ ଉଦେ୍ଦଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

Leave A Reply