Odisha news

ଅନ୍ଧାରରେ କୋଣାର୍କ ଡାକ୍ତରଖାନାର କ୍ୱାରେଟାଏନ କେନ୍ଦ୍ର: ସ୍ଥାନୀୟ ପ୍ରସାଶନ ର ନିଘା ନାହିଁ।

0

କୋଣାର୍କ: ସବ୍ୟୁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ଯୋଗାଇ କ୍ୟୁରେଟାଇନି କେନ୍ଦ୍ର ଗୁଡିକରେ ଆଇସଲେଟେଡ଼ ବେଡ଼ ସହ ପାଣି ,ସାନିଟାଇଜର, ପରିମଳ ଓ ଚବିଶି ଘଣ୍ଟା ବିଦ୍ୟୁତ ଯୋଗାଇବାକୁ ନିର୍ଦ୍ଧେଶ ଥିଲେ ମଧ୍ୟ  କୋଣାର୍କ କ୍ୟୁରେଟାଇନି କେନ୍ଦ୍ରରେ ଏହାର ବ୍ୟତି କ୍ରମ ଦେଖା ଯିବାର ଅଭିଯୋଗ ହେଉଛି।ଗତ ମଙ୍ଗଳବାର ଠାରୁ ଅମ୍ଫାନ ପାଇଁ ଅଂଚଳରେ ବିଦ୍ୟୁତ ସରବରାହ ବନ୍ଦ ଥିଲେବି ।

କ୍ୟୁରେଟା ଇନି ଦାୟିତ୍ୟ ରେ ଥିବା ଏନ ଏ ସି ଏଠାରେ ନିରବର୍ଛିନ୍ନ ବିଦ୍ୟୁତ ପାଇଁ ସେଭଳି କିଛି ବ୍ୟବସ୍ଥା କରିନଥିବାରୁ।କ୍ୟୁରେଟାଇନି କେନ୍ଦ୍ରରେ ଥିବା 67 ଜଣ ପ୍ରବାସି ଅନ୍ଧାର ରେ ରହି ପ୍ରସାଶନ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି।ଏହି ପ୍ରଭାସି ମାନଙ୍କ ମଧ୍ୟରେ ଜଣେ ମହିଳା ପ୍ରସ୍ତୁତି ଓ ତାଙ୍କ କନ୍ନ୍ୟା  ଅନ୍ଧାର ଯୋଗୁଁ ବେଶି ଅସୁବିଧାର ସମ୍ମୁଖିନ ହେଉଥିବା ତାଙ୍କ ପରିବାର ପ୍ରକାଶ କରିଛନ୍ତି।ତାଛଡା ଏହି ପ୍ରସ୍ତୁତି ମା ଓ ଶିଶୁ କନ୍ନ୍ୟା କୁ ପୁଷ୍ଟିକର ଖାଦ୍ୟ ମଧ୍ୟ ଦିଆଯାଉନଥିବା ଅଭିଯୋଗ ହେଉଛି। ତେଣୁ ଜିଲ୍ଳାପାଳ ଏ  ଦିଗ ପ୍ରତି ତୁରନ୍ତ ଦୁଷ୍ଟିଦେବାକୁ  ପ୍ରଭାସି ମାନଙ୍କ ପରିବାର ଦାବିକରିଛନ୍ତି।

Leave A Reply