Odisha news

ମହା ବାତ୍ୟା ଅମ୍ଫାନ ପ୍ରଭାବ ଗୋପରେ ଭାଙ୍ଗିଲା ଶତାଧିକ କଚ୍ଚାଘର,ଉପୁଡ଼ିଲା ଗଛ

0

ଗୋପ : ସାମୁଦ୍ରିକ ଝଡ଼ ଅମ୍ଫାନ ପ୍ରଭାବରେ ପୁରୀ ଜିଲ୍ଲା ଗୋପ ବ୍ଲକ ଅଞ୍ଚଳରେ ଶତାଧିକ କଚାଘର ଭାଙ୍ଗିପଡିଥିବା ବେଳେ ବଡବଡ ଗଛ ମଧ୍ୟ ଉପୁଡିପଡିଥିବା ଦେଖିବାକୁ ମିଳିଛି।ଅମ୍ଫନର ପ୍ରଭାବ ମଙ୍ଗଳବାର ମଧ୍ୟ ରାତ୍ରିରୁ  ଆରମ୍ଭ ହେଇଥିବା ବେଳେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବୃଦ୍ଧିପାଇ ଥିଲା।ଗୋପ ଅଞ୍ଚଳରେ ୮୦ରୁ ୯୦ କିମି ବେଗରେ ପବନ ବୋହିଥିବା ବେଳେ ପାଲ ଟାଣି ରହିଥିବା ଶତାଧିକ କଚ୍ଚା ଘର  ଭାଙ୍ଗି ପଡିଥିବା ଖବର ମିଳିଛି ।ସେହିପରି ପବନରେ ବଡ଼ବଡ଼ ଗଛ ମଧ୍ୟ ଉପୁଡିପଡିଥିବା ବେଳେ କେତେକ ସ୍ଥାନରେ ବିଦୂତ ଖୁଣ୍ଟ ମଧ୍ୟ ଉପୁଡିପଡିଛି ।ବୁଧବାର  ପୂର୍ବାହ୍ନରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୋପ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ବୁଲି ଦେଖିବାସହ  ବ୍ଲକ କାର୍ଯ୍ୟାଳୟ ରେ ପହଁଚି ଅମ୍ଫାନ ବାତ୍ୟାରେ କ୍ଷୟ କ୍ଷତିସମ୍ପର୍କରେ ପଚାରି ବୁଝିଥିଲେ ।

ପରେ ମନ୍ତ୍ରୀ ଶ୍ରୀ ଦାଶ ଗୋପ ଅଗ୍ନିସମ ବିଭାଗ କାର୍ଯ୍ୟାଳୟରେ ପହଁଚି କିଛି ସ୍ଥାନରେ ଭାଙ୍ଗିପଡିଥିବା ଗଛ ସମ୍ପର୍କରେ ସୂଚନା ଦେବାସହ ଯୁଧ୍ୟ କାଳୀନ ଭିତ୍ତିରେ ରାସ୍ତାରେ ପଡିଥିବା ଗଛ ଗୁଡିକ ସଫାକରି ବାକୁ ନିର୍ଦ୍ଧେଶ ଦେଇଥିବା ବେଳେ ସନ୍ଧ୍ୟାସୁଦ୍ଧା ସମସ୍ତ ସ୍ଥାନକୁ ଯାତାୟାତ ସ୍ବଭାବିକ ହେଇଥିବା ଜଣାପଡିଛି ।ସେହିପରି ବିଦୂତ ମରାମତି କାର୍ଯ୍ୟ ଯୁଧ୍ୟ କାଳୀନ ଭିତ୍ତିରେ  ଚାଲିଥିବା ବେଳେ ଖୁବଶୀଘ୍ର ବିଦୂତ ଯୋଗାଣ ସ୍ବଭାବିକ ହେବବୋଲି କନିଷ୍ଠଯନ୍ତ୍ରୀ ଜିତେନ୍ଦ୍ର କୁମାର ମହାରଣା ସୂଚନା ଦେଇଛନ୍ତି ।ତେବେ ବାତ୍ୟା ଅମ୍ଫାନ ପ୍ରଭାବରେ ଚାଷୀମାନେ ବିଶେଷ ପ୍ରଭାବିତ ହୋଇଛନ୍ତି ।ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀ ମାନଙ୍କୁ କ୍ଷତିପୁରଣ ଦେବାପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply