ଧର୍ମଶାଳା,୨୨ା ୧୨ : ଜେନାପୁର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ବାଲିସାହି ଛକ ନିକଟରେ ଭାରସାମ୍ୟ ହରାଇ ଏକ ଚିପ୍ସ ବୋଝେଇ ହାଇୱା ଓଲଟି ପଡିଥିଲା । ଫଳରେ ଏହି ଦୁର୍ଘଟଣାରେ ୨ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ, ଆଜି ଅପରାହ୍ନରେ ଏକ ହାଇୱା ଚିପ୍ସ ବୋଝେଇ କରି ଡୁବୁରୀ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବାଇକ (ନଂ- ଓଡି ୦୪ ଏଫ ୮୬୫୬)ରେ ପୁରୁଣାବଉଳମାଳ ଗ୍ରାମର ସିଦେ୍ଧଶ୍ୱର ପରିଡା (୨୨) ଓ ତାଙ୍କ ହୋଟେଲର ରୋଷେୟା ଘରକୁ ଫେରୁଥିବା ସମୟରେ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ହାଇୱାଟି ରାସ୍ତା ଉପରେ ଓଲଟି ପଡିଥିବା ବେଳେ ବାଇକରୁ ଛିଟିକି ପଡି ଓଭୟ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକେ ଚିକିସôା ପାଇଁ ମେଡିକାଲ ପଠାଇଥିଲେ । ଖବର ପାଇ ଜେନାପୁର ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ହାଇୱାଟିକୁ ରାସ୍ତାରୁ ହଟାଇ ଘଟଣାର ତଦନ୍ତ ଜାରି ରଖିଛି ।