Odisha news

ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ

0

ଧର୍ମଶାଳା,୨୨ା ୧୨ : ଜେନାପୁର ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରି ନେଇଥିଲା । ପୁଲିସ ନାବାଳିକା ଜଣକୁ ଗତକାଲି ରାତିରେ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ, ଷଣ୍ଢପୁର ଗ୍ରାମର ସରୋଜ ସିଂ (୨୧) ସେହି ଗ୍ରାମର ୧୭ବର୍ଷର ଜଣେ ନାବାଳିକାକୁ ଚଳିତ ମାସ ୧୨ ତାରିଖରେ ଅପହରଣ କରିନେଇଥିବା ନାବାଳିକାଙ୍କ ପିତା ଜେନାପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ୩୬୬/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ସରୋଜ ନାବାଳିକାକୁ ନେଇ ଘରକୁ ଫେରିଥିବା ଖବର ପାଇ ପୁଲିସ ଗତକାଲି ରାତିରେ ତାଙ୍କ ଘର ଉପରେ ଚଢାଉ କରି ନାବାଳିକାକୁ ଉଦ୍ଧାର କରିବା ସହ ସରୋଜକୁ ଗିରଫ କରିଥିଲେ । ଆଜି ଉଭୟଙ୍କ ଡାକ୍ତରୀମାଇନା କରାଯିବା ପରେ ନାବାଳିକାକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏପଟେ ଅଭିଯୁକ୍ତ ସରୋଜକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।

Leave A Reply