Odisha news

ଶାଳପତ୍ର ସିଲେଇ ନିମନ୍ତେ ଦଶଦିବସୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0

ବୈଶିଙ୍ଗା–୨୨/୧୨–ଗ୍ରାମଞ୍ଚଳରେ ମହିଳାମାନଙ୍କ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ପାଇଁ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଏକ ଅଭିନବ ପ୍ରୟାସ ଜାରି କରାଯାଇଥିବାର ଦେଖା ଯାଇଛି। ଏଥି ପାଇଁ ଓଡିଶା ବନାଞ୍ଚଳ ପ୍ରକଳ୍ପ-୨ ଆନୁକୂଲ୍ୟରେ ବୈଶିଙ୍ଗା ବନ ପାଳ ଅଧୀନ ବର୍ତ୍ତନା ଶାଳପତ୍ର କ୍ଲଷ୍ଟର ପରିସରରେ ସ୍ଵୟଂସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ଶାଳପତ୍ର ସିଲାଇ ନିମନ୍ତେ ଏକ ଦଶ ଦିବସୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଆଜି ୨୨ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିର ତିନୋଟି ପର୍ଯ୍ୟାୟରେ ଉକ୍ତ କ୍ଲଷ୍ଟୋର ରେ ଅନୁଷ୍ଠିତ ହେବ ବୋଲି ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂ ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୨୨ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବାଘବସା,ମାକୁନ୍ଦ, ଭୁରୁଡ଼ୁବଣି ଶିଳପୁରିଆ, ଅସନବଣି,ଦଲଦଲି, ମୋହନପୁର ଓ ଗଡଗଡିଆ ଭି.ଏସ.ଏସ ଅଧୀନରେ ଥିବା ସ୍ଵୟଂସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ନୂତନ ବର୍ଷ ଜାନୁଆରୀ ୨ ରୁ ଜାନୁଆରୀ ୧୧ ପର୍ଯ୍ୟନ୍ତ ଏବଂ ତୃତୀୟ ପର୍ଯ୍ୟାୟରେ ୧୭ ଜାନୁଆରୀ ରୁ ୨୬ ଜାନୁଆରୀ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଆଜିର ଏହି ଉଦଘାଟନୀ ଉତ୍ସବକୁ ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀ ସନ୍ତୋଷ ଜୋଶୀ, ଉଦଘାଟନ କରିଥିବା ବେଳେ ବୈଶିଙ୍ଗା ବନପାଳ ହିମାଂଶୁ ଶେଖର ମହାନ୍ତ, ସଂଯୋଜକ ନିହାର ରଞ୍ଜନ ସାମଲ, ରତିକାନ୍ତ ବେହୁରା ଯୋଗ ଦେଇଥିବା ବେଳେ ଏନିମେଟର ପ୍ରଭାସ ସେଠୀ ଏବଂ ବର୍ତ୍ତନା ଭିଏସଏସ ସଭାପତି ଜଳଧର ସିଂ ପରିଚାଳନା କରିଥିବା ବେଳେ ସିଲେଇ ପ୍ରଶିକ୍ଷକ ଶ୍ରୀମତୀ ମମତା ମହାରଣା ଓ ମେସିନ ମେକାନିକ ଭାବେ ଲମ୍ବୋଧର କାମିଳା ସହଯୋଗ କରିଥିଲେ।

Govt
Leave A Reply