Odisha news

ପଦ୍ମନାଭପୁର ଟୋଲ ପ୍ଲାଜାରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ନ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ଧାରଣା

0

ବୈଶିଙ୍ଗା–୨୨/୧୨–ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ନବନିର୍ମିତ ଟୋଲ ପ୍ଲାଜାରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ଛଟେଇ କରିବା , କମ ପାରିଶ୍ରମିକ ଦେଇ କାର୍ଯ୍ୟ ହାସଲ କରିବା ଏବଂ ସାପ୍ତାହିକ ଗୋଟିଏ ଦିନ ଛୁଟି ନଦେବା ପ୍ରତିବାଦରେ ଆଜି ସକାଳ ୯ ଘଟିକା ସମୟରେ କର୍ମଚାରୀ ମାନେ ଗେଟ୍ ରେ କାର୍ଯ୍ୟ ନକରି ଧାରଣରେ ବସିଯାଇଥିଲେ। ଦୁଇ ଘଣ୍ଟା ପରେ ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଦଳବଳ ସହିତ ଟୋଲ ପ୍ଲାଜାରେ ପହଞ୍ଚି ଧାରଣାରତ କର୍ମଚାରୀ ମାନଙ୍କୁ ଧାରଣାସ୍ଥଳରୁ ଉଠାଇ ଆପୋସ ଆଲୋଚନା ପାଇଁ ଗେଟ ପରିଚାଳକ ସହିତ ବୈଠକରେ ବସିଥିଲେ। ଦୀର୍ଘ ସମୟ ଆଲୋଚନା ପରେ ଟୋଲ ପ୍ଲାଜାର ଠିକାଦାର ସଞ୍ଜୟ ଅଗ୍ରୱାଲା ଟୋଲ ପ୍ଲାଜାରେ ପହଞ୍ଚି ବୁଝାସୁଝା କରି କାର୍ଯ୍ୟରେ ଯୋଗ ନେବା ପାଇଁ କର୍ମଚାରୀ ମାନଙ୍କୁ ଅନୁରୋଧ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ।

Govt
Leave A Reply