Odisha news

ସରପଂଚଙ୍କ ପିତୃ ବିୟୋଗ

0

ଧର୍ମଶାଳା,୨୨ା ୧୨ : ଧର୍ମଶାଳା ବ୍ଲକ ଅଭୟପୁର ପଂଚାୟତର ସରପଂଚଙ୍କ ବାପା ତଥା ବିଶିଷ୍ଟା ବ୍ୟବସାୟୀ ପଦ୍ମଲୋଚନ ସାହୁ (୮୨)ଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ରାତି ପ୍ରାୟ ୯ଟା ସମୟରେ ତାଙ୍କର ପରଲୋକ ହୋଇଥିଲା । ସେ ଧର୍ମଶାଳା ଅଂଚଳର ଜଣେ ବଡ ବ୍ୟବସାୟୀ ହୋଇଥିବା ବେଳେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମପରାୟଣ ବ୍ୟକ୍ତିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କର ବଡପୁଅ ତଥା ଅଭୟପୁର ପଂଚାୟତର ସରପଂଚ ଶ୍ୟାମସୁନ୍ଦର ସାହୁ ଓ ସାନପୁଅ ଶରତ କୁମାର ସାହୁ, ବୋହୁ, ଝିଅ ଓ ନାତିନାତୁଣୀ ଉପସ୍ଥିତ ରହିଥିଲେ । ଖବର ପାଇ ସ୍ଥାନୀୟ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ଆଜି ପୁର୍ବାହ୍ନରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ୍ୟ ଶ୍ମଶାନକୁ ଅଣାଯାଇ ଶେଷକୃତ୍ୟ ସମ୍ପନ କରାଯାଇଥିଲା । ବଡପୁଅ ଶ୍ୟାମସୁନ୍ଦର ସାହୁ ମୁଖାଗ୍ନୀ ଦେଇଥିଲେ ।

Govt
Leave A Reply