ଧର୍ମଶାଳା,୨୨ା ୧୨ : ଧର୍ମଶାଳା ବ୍ଲକ ଜାରକା ପଂଚାୟତ ଉତରଶାସନ ନିକଟ ଅମରେଶ୍ୱରୀ ମନ୍ଦିର ପରିସରରେ ଆଜି ବିଜୁ ସ୍ମାର୍ଟ କାର୍ଡ ବଂଟନ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଂଟନ କରିଥିଲେ । ଏଥିସହ ପଂଚାୟତରେ ଏକ କଲ୍ୟାଣ ମଣ୍ଡପ, ଅଙ୍ଗନୱାଡି କେନ୍ଦ୍ରର ଭିତି ପ୍ରସ୍ତର ସ୍ଥାପନ କରିବା ସହ ନୂତନ ମିଶନ ଶକ୍ତି ଗୃହକୁ ଉଦଘାଟନ କରିଥିଲେ । ଅତିରିକ୍ତ ବିଡିଓ ଅସିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସôବରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତାରୟ, ଜିଲ୍ଲା ପରିଷଦ ସଭ୍ୟ ନିରଂଜନ ରାଉତ, ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି, ନିର୍ବାଚନମଣ୍ଡଳୀ ସଭାପତି ଜଳଧର ସାହୁ, ସରପଂଚ ବିଭୂତି ପାଣିଗ୍ରାହୀ, ସମିତିସଭ୍ୟ ସୁଦାମ ଚରଣ ବେହେରା, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଜିଲ୍ଲା ମହିଳା ବିଜେଡି ଉପସଭାପତି ମିନତୀ ପଣ୍ଡା, ଯୁବ ବିଜେଡି ସଭାପତି କ୍ଷିତିଶ ନାୟକ, ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ, ଯୁବନେତା ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଅଭୟପୁର ପଂଚାୟତର ବିଧାୟକ ଶ୍ରୀ ବଳବନ୍ତରାୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିଥିଲେ ।