,ତିର୍ତ୍ତୋଲ, ୯ା୨ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ତେରତାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଅଗ୍ରଗତି ପ୍ରମାଣ ସୁରୁପ ଗାରିମା ପୁରସ୍କାର ଆକଳନରେ ରୌପ୍ୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଏଥିସହିତ ବିଦ୍ୟାଳୟର ଛାତ୍ର ସୁଜିତ ବେହେରା ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଦ୍ୟାଳୟ ସହ ଛାତ୍ରଙ୍କ ମେଧାବୃତ୍ତିରେ ସଫଳତାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଧାରାଣୀ ଦାସ, ସହକାରୀ ଶିକ୍ଷୟିତ୍ରୀ ସରୋଜିନୀ ଦାସ, ସବିତା ଦାଶ, କାଦମ୍ବିନୀ ସାହୁ, ରଞ୍ଜିତ ମହାପାତ୍ର, ସସ୍ମିତା ସେଠୀ, ମୋନାଲିସା ପ୍ରଧାନ ଓ ଶକ୍ତିପ୍ରଦ ପଣ୍ଡାଙ୍କ ସମେତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧିରେନ୍ଦ୍ର କୁମାର ମନ୍ତ୍ରୀ ଗଭୀର ଆନନ୍ଦ ବ୍ୟକ୍ତ କରିବା ସହ ମେଧାବୃତ୍ତି ପାଇଥିବା ଛାତ୍ର ଶ୍ରୀ ବେହେରାଙ୍କୁ ଶୁଭେଛା ଜଣାଇଛନ୍ତି ।