ଯାଜପୁରସଦର-୦୯/୦୨-ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ହରିଦାସପୁର ପଂଚାୟତର ବହୁ ଚର୍ଚ୍ଚିତ ଘଟଣା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରଙ୍ଗଶାଳା ଭିତରେ ରହସ୍ୟଜନକ ମୃତ୍ୟୁ ର ତଦନ୍ତ ପ୍ରକ୍ରିୟା ଠିକ ଭାବେ ହୋଇନଥିବା ଘଟଣାକୁ ନେଇ ରାଜ୍ୟବ୍ୟାପି ଉଦଗଦ ପ୍ରକାଶ ପାଇଥିବା ବେଳେ ହଠାତ୍ ପ୍ରଶାସନ ଗତକାଲି ଉକ୍ତ ରଙ୍ଗଶାଳାକୁ ଭାଙ୍ଗିଦେବା ଘଟଣା ବିଭିନ୍ନ ମହଲରେ ବିରୋଧ ପ୍ରକାଶ ପାଇଛି ବୋଲି ଜିଲା କଂଗ୍ରେସ ମନୋଜ ରାଉତ୍ ଅଭିଯୋଗ କରିଛନ୍ତି । ସ୍ମିତାରାଣୀଙ୍କ ହତ୍ୟା ସମୟରେ ସେଠାରେ ମୁଖ୍ୟ ଅଭିଯୁକ୍ତ ସରପଂଚ ଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କ ସହ ୪ଜଣ ବିଜେଡିର ନିର୍ବାଚିତ ପ୍ରତିନିଧୀ ,ରାମକୋ ଅଧିକାରୀ ଉପସ୍ଥିତ ଥିଲେ । ସେଦିନ ରଙ୍ଗଶାଳାରେ କଣ ଘଟିଛି ତାହାର ତଥ୍ୟ ପ୍ରମାଣ ସେହି ଘରେ ରହିଥିଲା । ସେଠାରେ ଥିବା ସିସିଟିଭି କୁ ଜବତ କରାଯାଇନାହିଁ । ବର୍ତମାନ ସେହି ସିସିଟିଭି କାହା ପାଖରେ ଅଛି କାହାରିକୁ ଜଣାନାହିଁ । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ଜଣ ବିଜେଡି ପ୍ରତିନିଧୀ ଓ ରାମକୋ ସିମେଂଟ କମ୍ପାନୀର ଅଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ସମସ୍ତ ତଥ୍ୟ ପ୍ରମାଣକୁ ନଷ୍ଟ କରିବାରେ ଲାଗିଛି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ରାଉତ୍ ସୁଚନା ଦେଇଛନ୍ତି । ସିସିଟିଭି କ୍ୟାମେରା ଫୁଟେଜ୍ ଜବତ ନକରିବା ଓ ରଙ୍ଗଶାଳାରେ ଉପସ୍ଥିତ ବିଜେଡି ପ୍ରତିନିଧୀ ଓ ରାମକୋ ସିମେଂଟ କମ୍ପାନୀର ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତକୁ ନଆଣିବା ,ଥାନାରେ କୋହଳ ଦଫା ଲଗାଇବା ଘଟଣାକୁ ନେଇ ଜିଲ୍ଲା ବାସୀଙ୍କ ମହଲରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏହାକୁ ରାଜ୍ୟସରକାର ସିଧାସଳଖ ହସ୍ତକ୍ଷେପ କରି ଘଟଣାକୁ ଚାପୁଛନ୍ତି ବୋଲି ଶ୍ରୀ ରାଉତ୍ ଅଭିଯୋଗରେ କହିଛନ୍ତି ।