Odisha news

ଘର ଉପରେ ଗଛପଡି ବୃଦ୍ଧାଙ୍କର ମୃତୁ୍ୟ , ବାଳିକା ଗୁରୁତର

0

ଫୁଲବାଣୀ : ଫୁଲବାଣୀ ପିଅନପଡା ଅଂଚଳରେ ଥିବା ବନ୍ଧ ନିକଟରେ ଏକ ପୁରୁଣା ଘର ଉପରେ ବଡ ଆମ୍ବ ଗଛ ପଡିଯିବା ଫଳରେ ଘରେ ଥିବା ଜଣେ ବୃଦ୍ଧାଙ୍କର ଘଟଣା ସ୍ଥଳରେ ମୃତୁ୍ୟ ଘଟିଛି । ଏହା ସହିତ ଘରେ ଥିବା ଆଉ ଜଣେ ୪ ବର୍ଷର ବାଳିକା ଗୁରୁତର ଭାବରେ ଆହତ ହୋଇ ଫୁଲବାଣୀ ଡାକ୍ତରଖାନାରେ ଭର୍ତି ହୋଇ ଚିକିସôିତ ହେଉଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ସଂନ୍ଧ୍ୟା ସମୟରେ ପିଅନପଡା ସ୍ଥିତ ହନୁମାନ ମୁର୍ତି ପାଖରେ ଥିବା ଏକ ପୁରୁଣା ଗଛ ନିକଟରେ ଥିବା ଏକ ଘର ଉପରେ ପଡିଯାଇଥିଲା ।

ଫଳରେ ଘରଟି ଭାଙ୍ଗିଯିବା ସହିତ ଭିତରେ ଶୋଇଥିବା ବୃଦ୍ଧାଙ୍କ ଉପରେ ଘର ଭିତରେ ଥିବା ଆଲମାରିଟି ଚାପି ହୋଇଯାଇଥିବାରୁ ସେଠାରେ ତାଙ୍କର ମୃତୁ୍ୟ ଘଟିଛି । ମୃତ ବୃଦ୍ଧାଙ୍କ ନାମ ସୁକୁମଣି ବେହେରା(୫୫) ବୋଲି ଜଣାପଡିଛି । ସୁକୁମଣିଙ୍କ ନାତୁଣି ବେବୀ ମୁଖି ଏଥିରେ ଗୁରୁତର ଭାବରେ ଆହତ ହୋଇଥିଲା । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ସେଠାରେ ଅଗ୍ନିଶମ ବାହୀନି ସେଠାରେ ପହଂଚି ଗଛକୁ କାଡିବାପରେ ସେଠାରୁ ଆହତ ନାବାଳିକାକୁ ଉଦ୍ଧାର କରାଯାଇ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ଖବର ପାଇଁ ଫୁଲବାଣୀ ଆଦର୍ଶ ଥାନା ପୋଲିସ ସେଠାରେ ପହଂଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

 

Nalco
Leave A Reply