କୋଟ୍ଟଭାଲାସା-ପାଲାସା ରେଳ ସେକ୍ସନର ଆଲମଣ୍ଡା ଏବଂ କୋରୁକୋଣ୍ଡା ଷ୍ଟେସନ୍ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପାମାର୍ଗ (LHS) ନିର୍ମାଣ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ |
07015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ବିଶେଷ ଟ୍ରେନ ଭୁବନେଶ୍ୱର ରୁ ଜୁଲାଇ ମାସ ୨୦ ତାରିଖ ଦିନ ବାତିଲ ରହିବ ।
08463 ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ବିଶେଷ ଟ୍ରେନ ଭୁବନେଶ୍ୱରରୁ ଏବଂ 07244 ରାୟଗଡା-ଗୁଣ୍ଟୁର ବିଶେଷ ଟ୍ରେନ ରାୟଗଡାରୁ ଜୁଲାଇ ମାସ ୧୯ ତାରିଖ ଦିନ ବାତିଲ ରହିବ |
07016 ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ବିଶେଷ ଟ୍ରେନ ସିକନ୍ଦରାବାଦରୁ, ଚେନ୍ନାଇରୁ 02822 ଚେନ୍ନାଇ-ହାଓଡ଼ା ବିଶେଷ ଟ୍ରେନ, ଭାସ୍କୋରୁ 08048 ଭାସ୍କୋ-ହାଓଡ଼ା ବିଶେଷ ଟ୍ରେନ, ଗୁଣ୍ଟୁରରୁ 07243 ଗୁଣ୍ଟୁର-ରାୟାଗଡା ବିଶେଷ ଟ୍ରେନ ଏବଂ ହାଓଡ଼ାରୁ 02873 ହାଓଡ଼ା-ଯଶୋବନ୍ତପୁର ବିଶେଷ ଟ୍ରେନ ବାତିଲ ରହିବ |
08495 ରାମେଶ୍ୱରମ-ଭୁବନେଶ୍ୱର ସ୍ପେଶାଲ ଏବଂ 08464 ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ସ୍ପେଶାଲ ଯଥାକ୍ରମେ ରାମେଶ୍ୱରମ ଓ ବାଙ୍ଗାଲୋରରୁ ଜୁଲାଇ ମାସ ୧୮ ତାରିଖ ଦିନ ଏବଂ ହାଓଡ଼ା-ପଣ୍ଡିଚେରୀ ସ୍ପେଶାଲ ଏବଂ 02821 ହାଓଡ଼ା-ଚେନ୍ନାଇ ସ୍ପେଶାଲ ହାଓଡ଼ା ଠାରୁ ଜୁଲାଇ ମାସ ୧୯ ତାରିଖ ଦିନ ସର୍ବନିମ୍ନ ଅଧା ଘଣ୍ଟାରୁ ସର୍ବାଧିକ ଦେଢ଼ଘଣ୍ଟା ବିଳମ୍ବରେ ଛାଡିବ |
Comments are closed.