Odisha news

ପ୍ରଥମ ଟ୍ରେନରେ ଜଣେ ବି ପ୍ରବାସୀ ଓହ୍ଲାଇଲେ, ଦ୍ୱିତୀୟ ଟ୍ରେନ ବାତିଲ

0

ବ୍ୟାସନଗର : : ଆନ୍ଧ୍ରପ୍ରଦ୍ୟେଶରୁ ପ୍ରବାସୀଙ୍କୁ ନେଇ ଯାଜପୁର ରୋଡ଼ ଷ୍ଟେସନରେ ପହଁଚିଥିବା ଟ୍ରେନ୍ ଦିନ ୧୧ଟା ସମୟରେ ଲାଗିଥିଲେ ହେଁ ସେଥିରୁ ଜଣେ ବି କେହି ଓହ୍ଲାଇନଥିଲେ । ଉକ୍ତ ଟ୍ରେନ୍ରେ ୨୩୩ଜଣ ଓହ୍ଲାଇବେ ବୋଲି ସୂଚନା ରହିଥିଲା । ସେଥିପାଇଁ ପ୍ରଶାସନ ପକ୍ଷରରୁ ସମସ୍ତ ପ୍ରସ୍ତୁତି ସରିଥିଲା । କିନ୍ତୁ ଟ୍ରେନ ଲାଗିଥିଲେ ହେଁ ପ୍ରବାସୀ ଶ୍ରମିକ ଜଣେବି ଓହ୍ଲାଇନଥିଲେ ।

ଟ୍ରେନ୍ରେ ଆସିଥିବା ପ୍ରବାସୀ ନିର୍ଗୁଣ୍ଡିରେ ଓହ୍ଲାଇ ପଡ଼ିଥିଲେ ବୋଲି ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ସୂଚନା ଦେଇଛନ୍ତି । ଏଣୁ ଟ୍ରେନ ଲାଗିଥିଲେ ହେଁ କେହି ଓହ୍ଲାଇନଥିଲେ । ଫଳରେ ପ୍ରବାସୀଙ୍କୁ ଅପେକ୍ଷା କରି ରହିଥିବା ପ୍ରଶାସନୀକ ଅଧିକାରୀ ଫେରିଯାଇଥିଲେ । ସାଙ୍ଗରେ ପ୍ରବାସୀଙ୍କ ପାଇଁ ଆଣିଥିବା ଖାଦ୍ୟ ସହ ପାଣିକୁ ଫେରାଇ ନେଇଥିଲେ ।

ସେହିପରି ସନ୍ଧ୍ୟାରେ ଦ୍ୱିତୀୟ ଟ୍ରେନ ଲାଗିବ ବୋଲି ପୂର୍ବରୁ ଖବର ଥିଲେ ହେଁ ଉକ୍ତ ଟ୍ରେନ୍ବି ପହଁଚିନଥିଲା । ଦ୍ୱିତୀୟ ଟ୍ରେନ ବାତିଲ ହୋଇଯାଇଥିବା ଏବଂ ଉକ୍ତ ଟ୍ରେନ୍ ଆସନ୍ତାକାଲି ଲାଗିବ ବୋଲି ଆରପିଏଫ ଅଧିକାରୀ ରମାକାନ୍ତ ବାରିକଙ୍କ ଠାରୁ ସୂଚନା ମିଳିଛି । ପ୍ରବାସୀଙ୍କ ଅପେକ୍ଷାରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଦାନଗଦୀ ତହସିଲଦାର ନମ୍ରତା ମୋଦୀ, ଅତିରିକ୍ତ ତହସିଲଦାର ନାରାୟଣ ଦିକ୍ଷୀତ, ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ତହସିଲଦାର ରଶ୍ମିତା ସ୍ୱାଇଁ, ଯାଜପୁର ରୋଡ଼ ଏସଡ଼ିପିଓ ଚିନ୍ମୟ କୁମାର ନାୟକ, ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ପୈାରପରିଷଦ କୋଭିଡ଼-୧୯ ଅଧିକାରୀ ମାଣିକ ରଂଜନ ନାୟକ, ଏସଆଇ ପବିତ୍ର ମହାରଣା, ରାଜେଶ ସେଠୀ, ସୁବାସ ମୁଦୁଲୀ, ମିନତୀ ବେହେରା, ମନୋଜ ବାରା, ଏଏସଆଇ ସୁବାସ ଦାସ, ଅନିରୁଦ୍ଧ ବିଶ୍ୱାଳ ପ୍ରମୂଖରହିଥିଲେ ।

Leave A Reply