Odisha news

ଭଦ୍ରକ-ଭୁବନେଶ୍ୱର-ବିଶାଖାପାଟନମ୍ ମାର୍ଗଦେଇ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ନୂତନ ଟ୍ରେନ୍ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି

0

ଏହି ଟ୍ରେନ ର ନିୟମିତ ସେବା ଜସିଡ଼ିହ ଠାରୁ ସେପ୍ଟେମ୍ବର ମାସ ୩୦ ତାରିଖରୁ ଏବଂ ଏସଏମଭିଟି ବେଙ୍ଗାଲୁରୁ ଅକ୍ଟୋବର ମାସ ୨ ତାରିଖ ଠାରୁ କରାଯିବ | 22306 ଜସିଡିହ-ଏସଏମଭିଟି ବେଙ୍ଗାଲୁରୁ ସୁପର ଫାଷ୍ଟ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ଜସିଡିହରୁ ସକାଳ 06ଘ.30ମି.ରେ ବେଙ୍ଗାଲୁରୁ ଯାତ୍ରା କରିବ | ଫେରିବା ମାର୍ଗରେ 22305 ସଏମଭିଟି ବେଙ୍ଗାଲୁରୁ-ଜସିଡିହ ସୁପର ଫାଷ୍ଟ ଏକ୍ସପ୍ରେସ ସଏମଭିଟି ବେଙ୍ଗାଲୁରୁରୁ ପ୍ରତ୍ୟେକ ରବିବାର ଦିନ ପୂର୍ବାହ୍ନ ୧୦ ଘଟିକାରେ ଛାଡି ଜସିଡ଼ିହ ଯାତ୍ରା କରିବ |

ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଷ୍ଟେସନ ମାନଙ୍କ ଠାରେ ରହଣି କରିବାକୁ ଥିବାବେଳେ ଉଭୟ ପାର୍ଶ୍ୱରୁ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ଆସାନସୋଲ୍, ଦୁର୍ଗାପୁର, ବର୍ଦ୍ଧମାନ, ଖଡ଼ଗ୍ପୁର, ବାଲେଶ୍ୱର, ନେଲୋର, ପେରମ୍ବୁର, କାଟପାଡି ଏବଂ ଜୋଲାରପେଟାଇ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କ ଠାରେ ରହଣି କରିବ |

ଏହି ଟ୍ରେନ ଗଠନରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି, ଚାରିଟି ଏସି-2 ଟାୟାର, 10 ଟି ଏସି -3 ଟାୟାର, ଦୁଇଟି ସ୍ଲିପର କ୍ଲାସ, ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ପ୍ୟାଣ୍ଟ୍ରି କାର ଏବଂ ଦୁଇଟି ଗାର୍ଡ, ଲଗେଜ୍ ତଥା ଜେନେରେଟର କାର ଉପଲବ୍ଧ ଅଛି |

ଉଦ୍ଘାଟନୀ ଯାତ୍ରାରେ ଏହି ଟ୍ରେନ ଏକ ବିଶେଷ ଟ୍ରେନ ଭାବେ ଜସିଡ଼ିହ ଠାରୁ 23.09.2022 ଅପରାହ୍ନ 3ଘ. 30ମି.ରେ ଯାତ୍ରା ଶୁଭାରମ୍ଭ କରି ଏସଏମଭିଟି ବେଙ୍ଗାଲୁରୁ ପର୍ଯ୍ୟନ୍ତ ଯାତ୍ରା କରିବ |

Ad2
Leave A Reply