Odisha news

ଓଲାମ୍ ଏଗ୍ରି ପକ୍ଷରୁ ଏହାର ବାସୁମତି ଚାଉଳ ବ୍ୟବସାୟ ସମ୍ପ୍ରସାରଣ କରିବା ଲାଗି ଓଡ଼ିଶାକୁ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି

• ଓଡ଼ିଶାର ଉପଭୋକ୍ତାମାନେ ଓଲାମ ଏଗ୍ରିର ବହୁ ପସନ୍ଦର ବାସୁମତି ଚାଉଳ ବ୍ରାଣ୍ଡ୍କୁ ଉପଭୋଗ କରିପାରିବେ

0

ଭୁବନେଶ୍ୱର: ଓଲାମ୍ ଏଗ୍ରି ଏହାର ଦୀର୍ଘସ୍ଥାୟୀ ହିଭେନ୍ସ ହାର୍ଭେଷ୍ଟ୍ ଓ ଟ୍ରୁ ଆର୍ଥ ବ୍ରାଣ୍ଡ୍କୁ ଉପଭୋକ୍ତା ମିତବ୍ୟୟୀ ପ୍ୟାକେଜିଂରେ ଉପସ୍ଥାପନ କରି ବାସୁମତି ଚାଉଳ ରିଟେଲ୍ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଥିବା ବେଳେ ଓଡ଼ିଶା ଏହା ପାଇଁ ହେଉଛି ଅନ୍ୟତମ ପ୍ରମୁଖ ବଜାର ।
ଭାରତର ଅନ୍ୟତମ ଅଗ୍ରଣୀ ଚାଉଳ କଂପାନି ଭାବେ ଓଲାମ୍ ଏଗ୍ରି ପକ୍ଷରୁ ଓଡ଼ିଶାରେ ଦୀର୍ଘ ଦିନରୁ ସ୍ଥାପନ କରାଯାଇଥିବା ଉପସ୍ଥିତି ଅନୁସାରେ କଂପାନି ଖୁଚୁରା ବଜାରରେ ପ୍ରବେଶ କରଛି । ୨୦୨୨ ମଧ୍ୟ ଭାଗରୁ କଂପାନି ରାଜ୍ୟର ପ୍ରମୁଖ ସହର ଯଥା ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, କଟକ ଆଦିର ଏଫ୍ଆଣ୍ଡ୍ବି ଶିଳ୍ପକୁ ବାସୁମତି ଚାଉଳ ଯୋଗାଉଛି ।
ଏହାର ବିରିଆନି ଚାଉଳ ଗୁଣାତ୍ମକ ମାନ, ସ୍ୱାଦ ଓ ବିଭିନ୍ନ ପ୍ରକାର ମସଲାକୁ ଗ୍ରହଣ କରିବାର ଦକ୍ଷତା ପାଇଁ ପରିଚିତ । ଉପଭୋକ୍ତାଙ୍କ ପାଇଁ ଏବେ ଉପଲବ୍ଧ ହୋଇଥିବା ବେଳେ ସର୍ବାଧିକ ମୁଣ୍ଡପିଛା ଚାଉଳ ଉପଯୋଗିତାର ରାଜ୍ୟ ଭାବେ (ଏନ୍ଏସ୍ଏସ୍ଓ ତଥ୍ୟ ଅନୁସାରେ) ପରିଗଣିତ ଓଡ଼ିଶାର ଚାଉଳ ଚାହିଦାକୁ ପୂରଣ କରିବା ଲାଗି ଓଲାମ୍ ଏଗ୍ରି ନିଜର ସ୍ଥିତିକୁ ସୁଦୃଢ଼ କରିଛି ।
ଓଲାମ ଏଗ୍ରି ଇଣ୍ଡିଆର ଉପସଭାପତି (ଚାଉଳ ଓ ଶସ୍ୟ) ଶ୍ରୀଯୁକ୍ତ ନିତୀନ ଗୁପ୍ତା କହିଛନ୍ତି ଯେ, “ଚାଉଳ ପ୍ରତି ସାଧାରଣରେ ଏବଂ ବାସୁମତି ଚାଉଳ ପ୍ରତି ଓଡ଼ିଶାର ଭଲ ପାଇବା ବେଶ ଚମକ୍ରାର ଏବଂ ରାଜ୍ୟରେ ଆମର କିଛି ଉକ୍ରୃଷ୍ଟ ଖାଦ୍ୟ ବିଶେଷଜ୍ଞ ଓ ଭୋଜନ ଉପଲବ୍ଧ ରହିଛି । ଆପଣମାନଙ୍କ ସହିତ ଯୋଡ଼ି ହେବା ଏବଂ ଖାଦ୍ୟ ସ୍ୱାଦ ଜରିଆରେ ଏହି ଅଂଚଳର ରୋଷେଇ ଅନୁଭୂତିରେ ଆହୁରି ଉନ୍ନତି ଆଣିବା ଲାଗି ଉକ୍ରୃଷ୍ଟ ମାନର ଉତ୍ପାଦ ସହ ଆମେ ଉଦ୍ୟମ କରୁଛୁ ଯାହା ଏହି ଉଦ୍ୟମକୁ ସଫଳ କରିବାରେ ସହାୟକ ହେବ ।’’
ଓଡ଼ିଶାର ଲୋକପ୍ରିୟ ହୋଟେଲ ଓ ରେସ୍ତୋରାଁଗୁଡ଼ିକ ମଧ୍ୟରେ ବାସୁମତି ଚାଉଳ ବର୍ଗରେ ଓଲାମ ଏଗ୍ରି ହେଉଛି ଏକ ପ୍ରମୁଖ ଯୋଗାଣକାରୀ । ଭିଭାନ୍ତା ବାଏ ତାଜ, ପୁଷ୍ପକ, ହଲିଡେ ରିସୋର୍ଟ, ଦି ଚାରିଅଟ୍ ରିସୋର୍ଟ ସମେତ ବହୁ ପ୍ରସିଦ୍ଧ ହୋଟେଲ୍ ପାଇଁ ଆମର ପ୍ରମୁଖ ହାର୍ଭେଷ୍ଟ ବିରିୟାନି ଓ ଦମ୍ ବିରିୟାନି ଏକ ପରିଚିତ ବ୍ରାଣ୍ଡ୍ । ଏହାର ନୂଆ ଉପଭୋକ୍ତା ପ୍ୟାକେଜିଂ ସହ ହିଭେନ୍ସ ହାର୍ଭେଷ୍ଟ ୧୦ କେଜି, ୨୫ କେଜି ଓ ୩୦ କେଜି ପ୍ୟାକ୍ରେ ବିକ୍ରି ହେଉଛି ଏବଂ ଟ୍ରୁ ଆର୍ଥ ୧ କେଜି ଓ ୫ କେଜି ପ୍ୟାକ୍ରେ ସାରା ଓଡ଼ିଶାର ବଜାରରେ ଉପଲବ୍ଧ ହୋଇଛି ।
ସାରା ଭୁବନେଶ୍ୱରର ଖାଦ୍ୟ ଆତିଥେୟତା କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଓ ପେସାଦାର ବିରିୟାନ ସେଫ୍ମାନଙ୍କୁ ଏକତ୍ରୀତ କରି ଏହି ଉତ୍ପାଦଗୁଡ଼ିକର ପ୍ରଚାର କରିବା ଲାଗି ଓଲାମ୍ ଏଗ୍ରି ପକ୍ଷରୁ ବଡ଼ ଧରଣର ହୋରେକୋ (ହୋଟେଲ-ରେସ୍ତୋରାଁ-କ୍ୟାଟରିଂ) କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ନେଟୱର୍କିଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ଉତ୍ପାଦ ବର୍ଗମାଳା ଉପସ୍ଥାପନ କରାଯିବ । ଏହି ଅବସରରେ ଯୋଗ ଦେଇଥିବା ଅଧିକାରୀଙ୍କ ଗହଣରେ ବାସ୍ମତି ବ୍ୟବସାୟ ମୁଖ୍ୟ ଶ୍ରୀ ସଞ୍ଜୟ ବାଶିତ୍, ନ୍ୟାସନାଲ ସେଲ ଓ ଡିଷ୍ଟ୍ରିବୁ୍ୟସନ ମୁଖ୍ୟ ଶ୍ରୀ କୁମାର ବିଶାଳ ସିଂ ଏବଂ ମାର୍କେଟିଙ୍ଗ ମ୍ୟାନେଜର ଜ୍ୟୋସ୍ନା ଠାକୁର ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ଗ୍ରିନ୍ ଚିଲିଜ୍ କ୍ୟାଟରିଂ ଆଣ୍ଡ୍ ଫୁଡ୍ସର ଶ୍ରୀଯୁକ୍ତ କେଶବ ରାଓ ଯାହାଙ୍କର ଭୁବନେଶ୍ୱରରେ ୧୨ଟି ଆଉଟ୍ଲେଟ୍ ରହିଛି ସେ କହିଛନ୍ତି ଯେ, “କ୍ୟାଟରିଂ ହେଉଛି ଏକ କଷ୍ଟକର ବ୍ୟବସାୟ ଏବଂ ସଫଳତା ପାଇଁ ଗୁଣାତ୍ମକ ମାନରେ ନିରନ୍ତରତା ରହିବା ଗୁରୁତ୍ୱପୂର୍ଣ୍ଣ । ଓଲାମ୍ ଭଳି ସହଯୋଗୀ ଯିଏ ଗୁଣାତ୍ମକ ମାନ ଓ ନିରବଚ୍ଛିନ୍ନ ଯୋଗାଣ ପ୍ରଦାନ କରୁଛନ୍ତି ଏବଂ ଆମର ଆବଶ୍ୟକତା ମାନକୁ ସୁହାଇବା ଭଳି ସଂଗ୍ରହ ଓ ଯୋଗାଣ ଶୃଙ୍ଖଳର ପରିଚାଳନା କରୁଛନ୍ତି, ଏହି କ୍ଷେତ୍ରରେ ଗ୍ରାହକଙ୍କୁ ଉଲ୍ଲସିତ କରିବା ଏବଂ ସଫଳତା ହାସଲ କରିବାରେ ସେମାନେ ପରିବର୍ତନର ବାର୍ତାବହ ସାଜିଛନ୍ତି ।’’
ଓଲାମ୍ ଏଗ୍ରି ହେଉଛି ଓଡ଼ିଶାର ଦ୍ୱିତୀୟ ବୃହତମ ଚାଉଳ ବ୍ୟବସାୟୀ ଯାହାର ୩୦ଟି ଦେଶରେ ଉପସ୍ଥିତି ରହିଛି । ଏହି ଅଂଚଳଗୁଡ଼ିକରେ ଗ୍ରାହକମାନଙ୍କ ପୁଷ୍ଟି ଆବଶ୍ୟକତା ପୂରଣ କରିବା ଲାଗି ଉତ୍ପାଦିତ ଚାଉଳ ପ୍ରଦାନ କରିବାର ସମାଧାନକୁ ପୁନଃମାର୍ଜିତ କରିବାକୁ କଂପାନି ପ୍ରତିବଦ୍ଧ ରହିଛି ।

 

Nalco
Leave A Reply