Odisha news

ଟ୍ରାଫିକ୍‌ ପୋଲିସ-ଜନତା ମୁହ।ମୁହିଁ

0

ସମ୍ବଲପୁର, ୩ା୩ : ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ୍‌ ଛକରେ ଟ୍ରାଫିକ୍‌ ପୋଲିସ ଓ ଜନତା ମଧ୍ୟରେ ଫାଇନ୍‌ ଆଦାୟ ବେଳେ ମଙ୍ଗଳବାର ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଶେଷରେ ପୋଲିସ ଜଣେ ଯୁବକଙ୍କୁ ଟାଉନ ଥାନାରେ ଅଟକ ରଖି ନାଲି ଆଖି ଦେଖାଇ ତାକୁ ସମାଧାନ ହୋଇଥିବା ଲେଖିବାକୁ ବାଧ୍ୟ କରିଛି । ତେବେ ସଂପୃକ୍ତ ଯୁବକ ଜଣକ କହିଛନ୍ତି ଯେ, ସେ ସିଏଏ ସପକ୍ଷରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ସହ ବିଭିନ୍ନ ସଭାରେ ବକ୍ତବ୍ୟ ଦେଇଥିବା ବେଳେ ଏସ୍‌ଡିପିଓ ତପନ କୁମାର ମହାନ୍ତି ଏହି ଘଟଣାକୁ ରଫାଦଫା କରିବାକୁ କହିଥିଲେ । ନଚେତ୍‌ ବିଭିନ୍ନ ମାମଲା ତାଙ୍କ ନାମରେ ଥିବାବେଳେ ତାହା ତାଙ୍କ ପାଇଁ କାଳ ହେବ ବୋଲି ଧମକାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ସହର ସାକ୍ଷୀପଡା ଅଞ୍ଚଳର ତପନ ପଟ୍ଟନାୟକ ସ୍କୁଟି ଗାଡି ନଂ( ଓଡି ୧୫ଏନ୍‌-୩୫୩୨) ଯୋଗେ ଯାଉଥିବା ବେଳେ ଲକ୍ଷ୍ମୀ ଟକିଜ୍‌ ଛକରେ ଟ୍ରାଫିକ୍‌ ଚେକିଂ ହାବୁଡରେ ପଡିଥିଲେ । ସେ ହେଲମେଟ୍‌ ପିନ୍ଧିନଥିବା ବେଳେ ଚେକିଂ କରୁଥିବା ଜଣେ ଟ୍ରାଫିକ୍‌ କନେଷ୍ଟବଳ ତାଙ୍କୁ ଅଟକାଇବା ସହ ଦୁର୍ବ୍ୟବହାର କରିବା ସହ ତାଙ୍କ ସାର୍ଟର କଲର ଧରିଥିଲୋ ।

Leave A Reply

Your email address will not be published.