ତିର୍ତ୍ତୋଲ ବନ୍ୟାଞ୍ଚଳ ପରିସ୍ଥିତ ଅନୁଧ୍ୟାନ କଲେ ମନ୍ତ୍ରୀ ରଘୁନନ୍ଦନ ଦାସ , ବିଧାୟଜ ସମ୍ବିତ ରାଉତରାୟ ଓ ନୋଡାଲ ଅଧିକାରୀ
ତିର୍ତ୍ତୋଲ, ୨୯ା୮ : ମହାନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ଆଜି ପୂର୍ବାହ୍ନରେ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ତିର୍ତ୍ତୋଲ ବ୍ଲକ ଅଧିନ ମହାନଦୀ-ପାଇକା ଦ୍ୱୀପାଞ୍ଚଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ପୋରଗଦେଇ, ସାମନ୍ତରାପୁର, କୋଲର ପ୍ରଭୃତି ପଞ୍ଚାୟତକୁ ଯାଇ ବନ୍ୟା ପରିସ୍ଥିତ ବୁଲି ଦେଖିଥିଲେ ।
ମହାନଦୀର ବାମପାଶ୍ୱର୍ ବନ୍ଧ ଓ ପାଇକା ନଦୀର ଦକ୍ଷିଣ ପାଶ୍ୱର୍ ବନ୍ଧର ସ୍ଥିତି ବୁଲି ଦେଖିଥିଲେ । ଧନୁଆ ନଇରେ ଦଳଭତ୍ତଅୀ ଯୋଗୁ ବର୍ଷାଜଳ ନିଷ୍କାସନ ହୋଇ ନପାରିବା ସମ୍ପର୍କରେ ଅବଗତ ହୋଇଥିଲେ । ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, କୋଲର ସରପଞ୍ଚ ଦୀପ୍ତିମୟୀ ରାୟ, ସମିତି ସଭ୍ୟ ରଞ୍ଜିତ ପାଲ, ସାମନ୍ତରାପୁର ସରପଞ୍ଚ ମନୋଜ ବେହେରା, ପୂର୍ବତନ ସମିତି ସଭ୍ୟ ସୂର୍ଯ୍ୟନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗର ପ୍ରମୁଖ ଶାସନ ସଚିତ ତଥା ସାମ୍ଭାବ୍ୟ ବନ୍ୟାପରିସ୍ଥିତିର ମୁକାବିଲା କରିବା ପାଇଁ ଜଗତସିଂହପୁର ଜିଲା ପାଇଁ ନିଯୁକ୍ତ ନୋଡାଲ ଅଧିକାରୀ ସତ୍ୟବ୍ରତ ସାହୁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହ ଆଜି ଅପରାହ୍ନରେ ତିର୍ତ୍ତୋଲ ଅଞ୍ଚଳର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ପ୍ରଥମେ ତିର୍ତ୍ତୋଲ ବଜାର ନିକଟ ପାଣି ଘେରରେ ରହିଥିବା ମୁଣ୍ଡାସାହିକୁ ଯାଇ ପ୍ରଶାସନ ତରଫରୁ ଦିଆଯାଇଥିବା ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ ।
ତିର୍ତ୍ତୋଲ ବିଡିଓ ଅଟଳ ବିହାରୀ ସ୍ୱାଇଁ, ତହସିଲଦାର ସୁଜାତା ପାତ୍ର, ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ମହାପାତ୍ର ଉପସ୍ଥିତ ରହିଥିଲେ । ପରେ ଗୋପିଆକୁଦ ଯାଇ ପାଣି ଘେରରେ ଥିବା ପରିବାରକୁ ଭେଟିଥିଲେ । ଏହାପରେ ମହାନଦୀ ବାମପଟ ବନ୍ଧ, ତାତତୋଲ ମହାନଦୀ ପୋଲ, କେଶରଡା ଛକ ଠାର ଥିବା ପାଇକା ନଦୀ ପୋଲ ଠାରେ ପ୍ରବାହିତ ମହାନଦୀ ଓ ପାଇକାର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏଥିସହିତ ମହାନଦୀର ବାମପଟ ଓ ପାଇକା ନଦୀର ବନ୍ଧର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଜଳସମ୍ପଦ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ ସ୍ଥାନୀୟ ଲୋକପ୍ରତିନିଧି ମାନେ ଉପସ୍ଥିତ ଥିଲେ ।