ଆମ ସନାତନ ଧର୍ମରେ ମସ୍ତକ ରେ ତିଳକ ଲଗାଇବାର ପ୍ରଥା ଖୁବ୍ ପୁରାତନ । ମାନ୍ୟତା ରହିଛି ଯେ ମସ୍ତକ ରେ ଚନ୍ଦନ ବା ତିଲକ ଲଗାଇବା ଦ୍ଵାରା ମନରେ ସକାରାତ୍ମକ ଭାବନା ଆସିଥାଏ ଓ କୁଣ୍ଡଳୀ ରେ ଥିବା ଉଗ୍ର ଗ୍ରହ ଶାନ୍ତ ହୋଇ ଥାଆନ୍ତି । ସମସ୍ତ ତିଲକ ମାନଙ୍କ ଠାରୁ ଚନ୍ଦନ ର ତିଲକ ହେଉଛି ଖୁବ୍ ପ୍ରଭାବଶାଳୀ ।
ଆସନ୍ତୁ ଜାଣିବା ମଥାରେ ତିଳକ ଲଗାଇବାର ଧାର୍ମିକ ମହତ୍ତ୍ଵ –
ଶାସ୍ତ୍ର ରେ ବିଶେଷ ମହତ୍ତ୍ଵ ରହିଛି । ତିଲକ ଲଗାଇବା ଦ୍ଵାରା ଗ୍ରହ ର ସ୍ଥିତି ରେ ସୁଧାର ହୋଇଥାଏ । ଦିନ ଅନୁସାରେ ତିଲକ ଲଗାଇବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ମାନ୍ୟତା ଅନୁସାରେ
– ସୋମବାର ଦିନ ଧଳା ଚନ୍ଦନ ଲଗାଇବା ଜରୁରୀ ଯାହାକି ମନକୁ ଶାନ୍ତ ରଖିଥାଏ ।
– ମଙ୍ଗଳବାର ଦିନ ଚମେଲି ଫୁଲ ତେଲ ର ସିନ୍ଦୂର ଲଗାଇବା ଉଚିତ୍ ।
– ବୁଧବାର ଦିନ ଶୁଖିଲା ସିନ୍ଦୂର ଲଗାଇବା ଦ୍ଵାରା ଭଗବାନ୍ ଙ୍କ କୃପା ପ୍ରାପ୍ତି ହୋଇଥାଏ ।
– ଗୁରୁବାର ଦିନ ହଳଦୀ ର ତିଲକ ଲଗାଇବା ଆବଶ୍ୟକ ଯାହା ସୁଖ ସମୃଦ୍ଧି ପ୍ରାପ୍ତ କରାଇ ଥାଏ ।
– ଶୁକ୍ରବାର ଦିନ ରକ୍ତ ଚନ୍ଦନ ଲଗାଇବା ଆବଶ୍ୟକ, ଏହାଦ୍ବାରା ଜୀବନ ରେ ଅସୁବିଧା ଦୁର ହୋଇଥାଏ ।
– ଶନିବାର ଦିନ ମଥାରେ ଭସ୍ମ ଲଗାଇବା ଜରୁରୀ । ଏହା ଗ୍ରହ ମାନଙ୍କ ଖରାପ୍ ପ୍ରଭାବ ରୁ ରକ୍ଷା କରିଥାଏ ।
– ରବିବାର ଦିନ ରକ୍ତ ଚନ୍ଦନ ଲଗାଇବା ଦ୍ଵାରା ରୋଗ ବୈରାଗ ଦୂର ହୋଇଥାଏ । ଏହାଛଡା ମାନ ସମ୍ମାନ ବୃଦ୍ଧି ହୋଇଥାଏ
ତିଲକ ଲଗାଇବାର ବୈଜ୍ଞାନିକ ମହତ୍ତ୍ଵ –
ବୈଜ୍ଞାନିକ ମାନ୍ୟତା ଅନୁସାରେ ତିଲକ ଲଗାଇବା ର ବୈଜ୍ଞାନିକ ମାନ୍ୟତା ମଧ୍ୟ ରହିଥାଏ । ମାନ୍ୟତା ରହିଛି ଯେ ମସ୍ତକ ରେ ଚନ୍ଦନ ଲଗାଇବା ଦ୍ଵାରା ମସ୍ତିଷ୍କ ଥଣ୍ଡା ରହିଥାଏ । ଏହାଦ୍ବାରା ଏକାଗ୍ରତା ବୃଦ୍ଧି ହୋଇଥାଏ ଓ ଆତ୍ମବିଶ୍ବାସ ବୃଦ୍ଧି ହୋଇଥାଏ । ଏହାଛଡା ସେ ନିଜର ନିଷ୍ପତି କୁ ଦୃଢ଼ତା ର ସହିତ ନେଇଥାଏ ।
