ତିହିଡି, ୦୩/୦୯(ଯଦୁମଣି ପାଣିଗ୍ରାହୀ ): ଚଳିତ ବନ୍ୟାରେ ତିହିଡି ବ୍ଲକର ୮ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଓ ୯ଟି ଆଂଶିକ କ୍ଷତି ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବନ୍ୟା ଜଳ ଘେରରେ ଏବେବି କେତେକ ଗାଁ ରହିଥିବା ବେଳେ ରାସ୍ତାଘାଟ ସମ୍ପୂର୍ଣ୍ଣ ସଚଳ ହୋଇନଥିବା ଜଣାଯାଇଛି । ·ଷ ଜମିରେ ବନ୍ୟାଜଳ ପ୍ରବେଶ କରିବା ପରେ ରୁଆଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାଯାଇଛି । ଇତିପୂର୍ବରୁ ମଧ୍ୟ ଲଗାଣ ବର୍ଷା ଓ ହଦଗଡରୁ ଛଡା ଯାଇଥିବା ପାଣିରେ ଏହି ବ୍ଲକର ୫ଟି ପଞ୍ଚାୟତର ଧାନ ତଳି ଠାରୁ ଆରମ୍ଭ କରି ନଗଦ ରୁଆଧାନ ମଧ୍ୟ ନଷ୍ଟ ହୋଇଥିଲା । ତଥାପି ଚାଷୀମାନେ ଧାର କରଜ କରି ·ଷ କାର୍ଯ୍ୟ କରିଥିଲେ । ଯାହା ସଂପ୍ରତି ବନ୍ୟାରେ ଧୋଇ ଯାଇଛି ।

ଏହି ବନ୍ୟାରେ ତଳିଆ ଅଞ୍ଚଳରୁ ପ୍ରାୟ ୧୫ ଶହ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ବ୍ଲକ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ପଞ୍ଚାୟତ ପକ୍ଷରୁ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ତେବେ ବନ୍ୟା ବିପନ୍ନ ପରିବାର ପିଛା ୫୦ କିଲୋଗ୍ରାମ ·ଉଳ ସହିତ ୫ ଶହ ଟଙ୍କା ପ୍ରଦାନ କରାଯିବା ପାଇଁ ରାଜ୍ୟ ସରକାର ଘୋଷଣା କରିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଛି । ଏହି ବ୍ଲକର ୧୭ଟି ପଞ୍ଚାୟତର ୪୧ଟି ରାଜସ୍ୱ ଗ୍ରାମର ମୋଟ୍ ୧୫ ହଜାର ୩୫୦ ପରିବାର ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପଞ୍ଚାୟତ କାର୍ଯ୍ୟାଳୟରୁ ବିପନ୍ନମାନେ ଏହି ରିଲିଫ୍ ନେଇ ପାରିବେ ବୋଲି ଜଣାଯାଇଛି ।

ଏଯାଏଁ ୧୮ ଶହ କ୍ୱିଣ୍ଟା ·ଉଳ ବିଭିନ୍ନ ପଞ୍ଚାୟତ ଗୋଦାମରେ ମହଜୁଦ୍ କରାଯାଇ ସାରିଲାଣି । ଖୁବ୍ ଶିଘ୍ର ବିପନ୍ନମାନଙ୍କୁ ପ୍ରଦାନ କରାଯିବ ବୋଲି ବିଡିଓ ବସନ୍ତ କୁମାର ସାହାଣିଙ୍କ ଠାରୁ ସୂଚନା ମିଳିଛି । ବନ୍ୟାରେ ଚାରିଆଡେ ଜଳମଗ୍ନ ରହିଥିବା ବେଳେ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟାଭାବ ଦେଖାଦେଇଛି । କୁଟା ଛଅଣ ମଧ୍ୟ ବନ୍ୟାରେ ନଷ୍ଟ ହୋଇଯାଇଛି । କେନାଲ ହୁଡା, ନଈପଠା, ଗୋଚର, ଅନାବାଦି, ଖେଳପଡିଆ ଓ ରାସ୍ତା ପାଶ୍ୱର୍ ଆଜି ମଧ୍ୟ ପଶୁଙ୍କ ଖାଦ୍ୟ ଉପଯୋଗି ହୋଇନଥିବା ବେଳେ ସେମାନଙ୍କ ପାଇଁ ପଶୁଖାଦ୍ୟ ଏଯାଏଁ ଆସିନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here