Odisha news

ପାଚିକା ସହାୟିକା ମଜଦୁର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୯ ଦଫା ସମ୍ବଳିତ ଦାବିପତ୍ର

0

ତିହିଡି, ୦୮/୦୭(ଯଦୁମଣି ପାଣିଗ୍ରାହୀ): ଓଡିଶା ପାଚିକା ସହାୟିକା ମଜଦୁର ସଂଘ ଭଦ୍ରକ ଶାଖା ପକ୍ଷରୁ ମଙ୍ଗଳବାଦ ଦିନ ଜିଲ୍ଲାପାଳଙ୍କୁ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତୀୟ ମଜଦୁର ସଂଘ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଳକରେ କାର୍ଯ୍ୟରତ ପାଚିକା ସହାୟିକା ମାନେ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏହି ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସଂଘର ଦାବି ଗୁଡିକ ମଧ୍ୟରେ- ମଧ୍ୟାହ୍ନ ଭୋଜନ ପାଚିକାଙ୍କୁ ମାସିକ ୧୦ ହଜାର ଟଙ୍କା ମାନ ଦେୟ ପ୍ରଦାନ କରିବା, ମଧ୍ୟାହ୍ନଭୋଜନ ଯୋଜନାରେ ଘରୋଇକରଣକୁ ବନ୍ଦ କରିବା ଏବଂ ସ୍କୁଲରେ ଯେଉଁଠାରେ ରୋଷେଇ ଘର, ରୋଷେଇ ସାମଗ୍ରୀ ଓ ପାଚିକା ଉପଲବ୍ଧ ଅଛି ସେଠାରେ ଘରୋଇ ସଂସ୍ଥାକୁ ଦେବା ବନ୍ଦ କରିବା, ଖାଦ୍ୟ ପ୍ରସ୍ତୁତ ବେଳେ କୌଣସି ଦୁର୍ଘଟଣା ଘଟିଲେ ପାଚିକା ଓ ଅନ୍ୟ କର୍ମଚାରୀଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ସହିତ ମୃତୁ୍ୟ ବା ସଂପୂର୍ଣ୍ଣ ଅକର୍ମଣ୍ୟ କ୍ଷେତ୍ରରେ ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରିବା ତଥା ସେମାନଙ୍କୁ ବୀମାଭୁକ୍ତ କରିବା, ଆଶା ଓ ଅଙ୍ଗନୱାଡି ଭଳି ଅନ୍ୟାନ୍ୟ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର କର୍ମୀମାନଙ୍କ ପରି ମାଗଣା ବୀମା ଯୋଜନା ପ୍ରଦାନ କରିବା, ପାଚିକା ଓ ଅନ୍ୟ କର୍ମଚାରୀ ମାନଙ୍କୁ ଇପିଏଫ/ଇଏସଆଇ ଅନ୍ତର୍ଭୁକ୍ତ କରିବା, ପାଚିକା ଓ ଅନ୍ୟ କର୍ମଚାରୀଙ୍କୁ ଗୋଟିଏ କାର୍ଯ୍ୟ ବର୍ଷରେ ୧୦ ମାସ ପରିବର୍ତ୍ତେ ସଂପୂର୍ଣ୍ଣ ୧ ବର୍ଷର ମାନଦେୟ ପ୍ରଦାନ କରିବା, ପାଚିକା ଓ ସହାୟିକା ମାନଙ୍କୁ ବର୍ଷକୁ ୨ ଯୋଡା ୟୁନିଫର୍ମ ପ୍ରଦାନ କରିବା, ପାଚିକା ମାନଙ୍କ ଛଟେଇ କ୍ଷେତ୍ରରେ ସେମାନଙ୍କ ପୁନଃ ସ୍ଥାପନ ପାଇଁ ନିୟମ ପ୍ରଣୟନ କରିବା ସର୍ବୋପରି ସେମାନଙ୍କୁ ଆକସ୍ମିକ ଏବଂ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ଆଦି ଅନ୍ତର୍ଭୁକ୍ତ । ଭାରତୀୟ ମଜଦୁର ସଂଘର ଜିଲ୍ଲାସଭାପତି ମନୋଜ ବସନ୍ତ ରାୟ, ଜିଲ୍ଲା ପାଚିକା ସହାୟିକା ସଂଘର ସଭାନେତ୍ରୀ ସସ୍ମିତା ନାୟକ, ସଂପାଦିକା ମମତା ବାରିକ, ତପନ କୁମାର ପଣ୍ଡା. ପରେଶ ନାଥ ଧଳ, ସଞ୍ଜୟ ମହାନ୍ତି, ବିପିନ ମିଶ୍ର, ଯଦୁମଣି ପାଣିଗ୍ରାହୀ, ସନ୍ତୋଷ କୁମାର ଯେନା, ଚନ୍ଦନ କୁମାର ପତି, ସୁଶାନ୍ତ କୁମାର ସାହୁ, ରବିନ୍ଦ୍ର କୁମାର ଦେ. କମଳାକାନ୍ତ ସାହୁ. ଭକ୍ତହରି ରାଉତ ଓ ଶ୍ରୀମତୀ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Nalco
Leave A Reply