Odisha news

ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି  ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା                            

0

ନୂଆପଡ଼ା -୯/୬ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ମିଶନ ଶକ୍ତି ଭବନ ଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ଖାଡ଼ିଆଲ ବ୍ଲକର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ସାମିଲ ହୋଇ ପାରମ୍ପରିକ ଦ୍ରବ୍ୟ ରେ ପାରମ୍ପରିକ ପିଠା ମଣ୍ଡା ଇତ୍ୟାଦି ତିଆରି କରିଥିଲେ। କ୍ଷୁଦ୍ର ଶସ୍ୟ ର ବହୁଳ ବ୍ୟବହାର ଉପରେ ଗୁରୁତ୍ବ ଦେଇଥିଲେ। ମିଲେଟ ଖାଦ୍ୟ ବହୁଳ ବ୍ୟବହାର ସାଙ୍ଗକୁ କୋଦୋ ଚାଉଳ ପୂର୍ବରୁ ଲୋକେ ଖାଉଥିଲେ। ଏହି ଚାଉଳ ର ବହୁ ଔଷଧୀୟ ଗୁଣ ରହିଥିବା ବେଳେ ଏହାର ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ ରେ ଆଧୁନିକତା ଶୈଳୀ ର ମିଶ୍ରଣ କରି କୋଦୋ ପଲାଉ ତିଆରି କରିଛନ୍ତି। ଆରିସା ପିଠା, ମଣ୍ଡା,ବିରି ପିଠା, ମୁଗ ବରା, ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ପିଠା ଭଳି ଅନେକ ସ୍ୱାଦିଷ୍ଟି ବ୍ୟଞ୍ଜନ ପ୍ରସ୍ତୁତ କରି ଖାଦ୍ୟ ପ୍ରତିଯୋଗିତା ରେ ପ୍ରଦର୍ଶିତ କରିଥିଲେ। ଏହା ଦ୍ବାରା ବର୍ତ୍ତମାନ ଯୁଗପଯୋଗି ପିଠା ପ୍ରସ୍ତୁତ କରି ଆଜିର ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପୁଷ୍ଟିକର ଖାଦ୍ୟ ପ୍ରଦାନ ର ମୁଲାଲକ୍ଷ ଅଟେ ବୋଲି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନେ ମତ ବ୍ୟକ୍ତ କରିଥିଲେ । ମହିଳା ଗୋଷ୍ଠୀ ମାନେ ଏକାଧିକ ପିଠା ତିଆରି କରିଥିବା ବେଳେ ପ୍ରତ୍ୟେକ ଗୋଷ୍ଠି ରୁ ତିନି ଜଣ ସଦସ୍ୟ ସାମିଲ ହୋଇଥିଲେ।

Nalco
Leave A Reply