Odisha news

କୋମନା ବ୍ଲକ୍ ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

0
ନୂଆପଡା -୯/୬ (ସୁରେନ୍ଦ୍ର ତିୱାରୀ) : କୋମନା  ବ୍ଲକ୍  ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ  ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଶିବିରରେ ମୋଟ ୫୮ ଟି ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି। ଏଥିରୁ ୪୭ ଟି ବ୍ୟକ୍ତିଗତ ୧୧ ଟି ଗୋଷ୍ଠୀଗତ  ଅଭିଯୋଗ ସମ୍ବନ୍ଧୀୟ ଥିଲା lଏହି ସବୁ ସମସ୍ୟାର ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।  ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଆରକ୍ଷୀ ଉପ ଅଧିକ୍ଷକ ରଞ୍ଜିତ ନାୟକ ,ବନଖଣ୍ଡ ଅଧିକାରୀ  ଖଡିଆଳ ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ର ବିଶେଷଜ୍ଞ ଡଃ ଧନଞ୍ଜୟ ଭୁଏ ,ବ୍ଲକ୍ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର, ବ୍ଲକ୍ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ,   ପ୍ରମୁଖ ଉପସ୍ଥିତ ଥିଲେl ଭାର ପ୍ରାପ୍ତ କୋମନା ବିଡ଼ିଓ  ଭକ୍ତବନ୍ଧୁ ବୁଡେକ୍,  ତହସିଲଦାର ସୋନିଆ ଶ୍ରୀ ମଲ୍ଲିକ ,ଡେପୁଟି କଲେକ୍ଟର  ଶେଖ୍ ନସିମ   ଶିବିର ପରିଚାଳନାରେ ସହଯୋଗ କରିଥିଲେ l ଏଠାରେ  ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ,  ବ୍ଲକ ସ୍ତରୀୟ ଅଧିକାରୀ ,  କର୍ମଚାରୀ ଏବଂ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ ଅଭିଯୋଗ ଶିବିର ପରିସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିରର ଆୟୋଜନ ହୋଇଥିଲା, ଯେଉଁଠାରେ  ବିଶେଷଜ୍ଞ ଡଃ ରମେଶ ଚନ୍ଦ୍ର ପାଠକ,ଡଃ ଭାବନା ନାଗପୁରି, ଡଃ ଶିବାଙ୍ଗି ରଥ, ମୀନା କୁମାର ବାଗ ଏ ଏନ୍ ଏମ୍ ପ୍ରମୁଖ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ l ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l
Leave A Reply