Odisha news

ଜିଲ୍ଲା ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର

0

ତିହିଡି, ୧୦/୦୬(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ଜିଲ୍ଲା ଭାରତୀୟ ମଜଦୁର ସଂଘ ସଂଲଗ୍ନ ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ବର୍ଦ୍ଧିତ ପରିବେଶ ପ୍ରଦୂଷଣ ଜନିତ ସମସ୍ୟାର କାରଣ ଓ ନିରାକରଣ ନେଇ ଏକ ଦାବିପତ୍ର ମଙ୍ଗଳବାର ଦିନ ଭଦ୍ରକ ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଯାଇଛି । ସଂପ୍ରତି ମୃତ୍ତିକା, ଜଳ, ବାୟୁ ଓ ଶବ୍ଦ ପ୍ରଦୂଷଣ କିଭଳି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇ ସମଗ୍ର ଜନ ସମାଜକୁ ବିପଦ ମୁହଁକୁ ଠେଲି ଦେଉଛି ସେଥିନେଇ ଜିଲ୍ଲା ପ୍ରଶାସନ ସଚେତନ ରହିବା ସହିତ ଏ ଦିଗରେ ଜରୁରୀ ପଦକ୍ଷେପ ନେବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା । ମଞ୍ଚ ପକ୍ଷରୁ କରାଯାଇଥିବା ଲିଖିତ ଦାବି ଗୁଡିକ ମଧ୍ୟରେ-ଜିଲ୍ଲାର ନଦୀ ଓ ଡ୍ରେନ ଗୁଡିକୁ ପ୍ରଦୂଷଣ ମୁକ୍ତ ରଖିବା, ଅନାବଶ୍ୟକ ଗଛ କଟା ଓ ଥରେ ମାତ୍ର ବ୍ୟବହୃତ ପଲିଥିନ ବ୍ୟବହାରକୁ ନିଷିଦ୍ଧ କରିବା, ଜଳ ସଂରକ୍ଷଣ ଲାଗି ଜଳ ଅମଳ ପ୍ରକଳ୍ପ ଉପରେ ଗୁରୁତ୍ୱ ପ୍ରଦାନ କରିବା, ପ୍ରଦୂଷଣ ବୃଦ୍ଧି କରୁଥିବା ଶିଳ୍ପାନୁଷ୍ଠାନ ଗୁଡିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଶବ୍ଦ ପ୍ରଦୂଷଣ ହ୍ରାସ ଦିଗରେ ପଦକ୍ଷେପ ନେବା, ଚଳପ୍ରଚଳ କରିବାକୁ ଅଯୋଗ୍ୟ ଗାଡି ଚଳାଚଳ ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯିବା ଆଦି ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମରେ ମଞ୍ଚର ଜିଲ୍ଲା ସଂଯୋଜକ ତପନ କୁମାର ପଣ୍ଡା, ଜିଲ୍ଲା ଅଧିବକ୍ତା ପରିଷଦର ସହ ସଂଯୋଜକ ତଥା ମଞ୍ଚର ସଦସ୍ୟ ସଞ୍ଜୟ କୁମାର ମହାନ୍ତି, ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ମନୋଜ ପାତ୍ର, ତହସିଲ ସଂଯୋଜକ ବିପିନ ମିଶ୍ର, ଚନ୍ଦନ ପତି, ପ୍ରଶାନ୍ତ ବଳ, ମନୋଜ ମିଶ୍ର, ସୁଶାନ୍ତ ନାୟକ, ସୁବ୍ରତ ପଣ୍ଡା ଓ ଭାବଗ୍ରାହୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply