ତିହିଡି, ୦୨/୧୧(ଯଦୁମଣି ପାଣିଗ୍ରାହୀ) : ଚଳିତ ବାତା୍ୟ ‘ଦାନା’ ଓ ବନ୍ୟାରେ ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଛି । ଥୋଡରୁ ଧାନ ବାହାରିବା ପୂର୍ବରୁ ବାତ୍ୟାରେ ନଷ୍ଟ ହୋଇଯାଇଛି । ବାତ୍ୟା ନସରୁଣୁ ବନ୍ୟା ସୃଷ୍ଟି ହୋଇଥିଲା ଏବଂ ସେଥିରେ ଫସଲ ନଷ୍ଟ ହୋଇଛି । ତେବେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ସେବା ସମବାୟ ସମିତିରେ ୧୪ଟି ଗ୍ରାମର ·ଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପାଳିଆବିନ୍ଧା ସମବାୟ ସମିତିର ସଭାନେତ୍ରୀ ମିନତିଲତା ଦାସଙ୍କ ପୌରୋହିତ୍ୟରେ ସମିତି ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚାଷୀମାନଙ୍କର ଋଣଛାଡ଼ କରିବା ପାଇଁ ଦାବି କରା ଯାଇଛି । ଉପସଭାପତି ମହେଶ ପ୍ରସାଦ ଦାସ, ନିର୍ଦେଶକ ଭକ୍ତିରଂଜନ ମଲିକ, ସୁବୋଧ କୁମାର ମିଶ୍ର, ବିଜୟ ନାୟକ, ନିକୁଞ୍ଜ ପୁହାଣକୃଷ୍ଣ ପୁହାଣ, ବାବାଜୀ ଚରଣ ମଲିକ, ଶ୍ରୀକାନ୍ତ ବେହେରା, ମନୋଜ ମହାଳିକ, ମୃତୁ୍ୟଞ୍ଜୟ ବିଶ୍ୱାଳ, ପ୍ରଶାନ୍ତ ସାହାଣୀ, ଦୟାନିଧି ମଳିକ, ଭରତ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ସମିତି ଅଧିନ ପାଳିଆବିନ୍ଧା, ବରୁଣେଇ, ଜିଝାରପୁର, ହାଟୁଆରୀ, ଗୋପାଳମାଧବ, ରାଢ଼ଙ୍ଗ, ଦୋଳସାହି, ନନ୍ଦପୁର, ସାନ୍ତରାପୁର, ନନ୍ଦପୁର, କନ୍ଦପୁର, ପାଳିଆ, ହଳଧରବିନ୍ଧା, ବୁଡ଼ଙ୍ଗ, ନୂଆନନ୍ଦ ଗ୍ରାମରେ ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଯାଇଛି । ଏହି ସମିତିରୁ ୧୦୭୨ ଜଣ ଚାଷୀ ଋଣ ନେଇଥିଲେ ଓ ସମସ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥଲେ । ଚାଷୀମାନଙ୍କ ଋଣ ଛାଡ଼ ନକଲେ ସେମାନେ କୌଣସି ପରିସ୍ଥିତିରେ ମଧ୍ୟ ଋଣ ପରିଶୋଧ କରି ପାରିବେ ନାହିଁ ବୋଲି ନିଦେ୍ର୍ଦଶକମାନେ କହିଥିଲେ । ଏନେଇ ଜିଲାପାଳ ଓ ତହସିଲଦାରଙ୍କୁ ଅବଗତ କରାଯାଇଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ସମ୍ପାଦକ ସଞ୍ଜୟ କୁମାର ନାୟକ ସମିତିର ଚାଷୀମାନଙ୍କର ବିବରଣୀ ପ୍ରଦାନ କରିଥିଲେ ।
