ତିହିଡି, ୦୨/୧୧(ଯଦୁମଣି ପାଣିଗ୍ରାହୀ) : ତିହିଡି ବ୍ଲକ ଅନ୍ତର୍ଗତ ମହରମପୁର ପଞ୍ଚାୟତ ସାଟିବାଟି ଗ୍ରାମର ଅବସରପ୍ରାପ୍ତ ସେନାକର୍ମଚାରୀ କ୍ଷେତ୍ରବାସୀ ପଣ୍ଡାଙ୍କ ଚଳିତ ମାସ ୧ ତାରିଖ ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଗତ ଏକ ସପ୍ତାହ ଧରି ସେ କଟକରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । କ୍ଷେତ୍ରବାସୀଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ରବିବାର ତାଙ୍କ ମରଶରୀର ଗାଁକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସ୍ୱର୍ଗତ ପଣ୍ଡାଙ୍କର ଏକମାତ୍ର ପୁତ୍ର ଦେବାଶିଷ ପଣ୍ଡା ମୁଖାଗ୍ନି ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ତାଙ୍କ ସାଟିବାଟିସ୍ଥିତ ବାସଭବନରେ ପହଁଞ୍ଚô ଶେଷ ଦର୍ଶନ କରିବା ସହ ପାର୍ଥôବ ଶରୀର ଉପରେ ଜାତୀୟ ପତାକା ପକାଇ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରିଥିଲୋ । ମହରମପୁର ଏବଂ ତିହିଡି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସ୍ୱାନ୍ତନା ଜଣାଇଥିଲେ ।