ତିହିଡ଼ି,୨୬ା୦୫(ଯଦୁମଣି ପାଣିଗ୍ରାହୀ) : ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକ ଅଚକ ପଞ୍ଚାୟତରେ ବିଜେଡି ତରଫରୁ ଏକ ଆଶୀର୍ବାଦ ସଭା ସହ ଦଳର ନୂତନ ପଦାଧିକାରୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଚକ ପଞ୍ଚାୟତ ବିଜେଡି ସଭାପତି ଅକ୍ଷୟ କୁମାର ମଲିକଙ୍କ ସଭାପତିତ୍ୱ ଓ ବରିଷ୍ଠ ନେତା ଗଣେଶ ପ୍ରସାଦ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ, ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ କୁମାର ଦାସ, ସାଂସଦ ପ୍ରାର୍ଥୀଙ୍କ ପ୍ରତିନିଧି ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସଂସଦୀୟ କ୍ଷେତ୍ର ସଂଯୋଜକ ସୁଶ୍ରୀ ବିଦୁ୍ୟତତଲତା ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲା ପରିଷଦ ସଭ୍ୟା ରୁଜାତା ପଣ୍ଡା, ସରପଞ୍ଚ ପ୍ରେମଲତା ବିଶ୍ୱାଳ ଅତିଥିଭାବେ ଯୋଗଦେଇ ଅଚକ ପଞ୍ଚାୟତରେ କରାଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ପ୍ରାର୍ଥୀ ଡାକ୍ତର ସଂଜୟ ଦାସ ଏହି ପଞ୍ଚାୟତରୁ ବିରୋଧୀଙ୍କ ଠାରୁ ବହୁ ଅଧିକ ଭୋଟ ପାଇବା ଏବଂ ବିଜୟୀ ହେବା ନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହ ଉପସ୍ଥିତ ଜନତାଙ୍କ ଠାରୁ ଆଶୀର୍ବାଦ କାମନା କରିଥିଲେ । ଏହି ଅବସରରେ ଦଳର ନୂତନ ଦାୟୀତ୍ୱ ଗ୍ରହଣ କରିଥିବା ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ ଓ ଜିଲା ଉପସଭାପତି ଗଣେଶ ପ୍ରସାଦ ବିଶ୍ୱାଳଙ୍କୁ ଦଳ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁବାଷ ନାଥ, ପ୍ରଦୀପ ମହାଳିକ, ସନ୍ତୋଷ ମହାରଣା, ପ୍ରଶାନ୍ତ ପୁହାଣ, ସୟଜ ତାଜୁ, କୌଶର ସାହା, ସୟଦ ବାବୁ, ଶ୍ରୀଧର ସେଠୀ, ନରହରି ଖୁଣ୍ଟିଆ, ପ୍ରଶାନ୍ତ ସାହାଣୀ, ଶରତ ଦଳେଇ, ବୀରେନ୍ଦ୍ର ମଲିକ, ଚିନ୍ତାମଣି ମଳିକ, ଶଚିକାନ୍ତ ସ୍ୱାଇଁ, ଗଣେଶ ସେଠୀ, ସୟଦ ନାଗର ଓ ସନ୍ତୋଷ ମଲିକ ପ୍ରମୁଖ ସହଯୋଗ କରିଥିଲେ । ଅଚକ ପଞ୍ଚାୟତର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗଦେଇଥିଲେ ।
