ତିହିଡ଼ି, ୨୬ା୦୫(ଯଦୁମଣି ପାଣିଗ୍ରାହୀ) : ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନ ନୂଆନଂଦ ପଞ୍ଚାୟତର ରଘୁନାଥ ମଳିକ ନିଜର ସମର୍ଥକମାନଙ୍କ ସହ ବିଜେପି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦାସ, ବରିଷ୍ଠ ବିଜେଡି ନେତା ଅଶୋକ ନାୟକ ପ୍ରମୁଖ ରଘୁନାଥଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ଦଳରେ ଆନୁଷ୍ଠାନିକଭାବେ ସାମିଲ କରିଛନ୍ତି । ରଘୁନାଥଙ୍କ ଦଳରେ ଯୋଗଦାନ ପରେ ନୂଆନନ୍ଦ ପଞ୍ଚାୟତରେ ବିଜେଡି ମଜବୁତ ହେବ ବୋଲି କୁହାଯାଇଛି ।
