Odisha news

ଫକୀରପୁର ଯାଦବ ସଂଘର ୬ଷ୍ଠ ବାର୍ଷିକ ଲଉଡି ଖେଳ

0

ତିହିଡି, ୨୮/୦୩(ଯଦୁମଣି ପାଣିଗ୍ରାହୀ) : ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଅଧିନ ଫକୀରପୁର ଯାଦବ ସଂଘର ଷଷ୍ଠ ବାର୍ଷିକ ଲଉଡି ଖେଳ ସ୍ଥାନୀୟ ବଜରଙ୍ଗୀ ଯାଦବ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଯାଦବମାନଙ୍କର ଇଷ୍ଟ ଭଗବାନ ଶ୍ରୀକୃଷ୍ଣ । ଇନ୍ଦ୍ରଦେବଙ୍କ କୋପରୁ ଶ୍ରୀକୃଷ୍ଣ ଗିରୀ ଗୋବର୍ଦ୍ଧନ ଧାରଣ କରି ଗୋପାଳମାନଙ୍କୁ ରକ୍ଷା କରିଥିବା ପୌରାଣିକ ମତ ରହିଛି । ପୂର୍ଣ୍ଣମୀରେ ଗୋପାଳମାନେ କୁମ୍ଭ ବୁଡାଇ ଗୋ ବନ୍ଦନା କରିବା ସହ ଘରବାଡିରେ ମଧ୍ୟ ଛିଞ୍ଚôଥାନ୍ତି । ଏବଂ କୃଷ୍ଣଙ୍କ ଅନୁଗତଭାବେ ନିଜ ଘରେ ସେହି କଳସ ରଖି ପୂଜା କରିଥାନ୍ତି । ଏହି ବିଶ୍ୱାସରେ ଯାଦବମାନେ ଏବେବି ସେହି ପରମ୍ପରା ବଜାୟ ରହିଛି । ପୂର୍ଣ୍ଣମୀ ଅବସରରେ ଯାଦବାମନେ ଲଉଡି ଖେଳ ଖେଳିଥାନ୍ତି । ଏବଂ ଏହାକୁ ସରସ ସୁନ୍ଦର କରିବା ଲାଗି ପିଲାମାନଙ୍କ ମଧ୍ୟରେ ଲଉଡି ଖେଳକୁ ପ୍ରତିଯୋଗିତା ମାଧ୍ୟମରେ ପରମ୍ପରାକୁ ଉଜ୍ଜୀବିତ କରିଥାନ୍ତି । ସଂଘ ପକ୍ଷରୁ ଫକିରପୁର ଗାଁର ପ୍ରଥମ ଥର କରି ଝିଅମାନଙ୍କ ଦ୍ୱାରା ଲଉଡି ଖେଳ ଅନୁଷ୍ଠିତ ହୋଇଥିଲା । ଏଥିସହ ସେହିଗାଁର ପୁଅ ଦଳ ସମେତ ଜୋରାଡିଆ, ଭିଇଁପୁର, ଜଗନ୍ନାଥ ପ୍ରସାଦ, ବିନ୍ଧା ପରିଡା ଆଦି ୬ଟି ଦଳ ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କୁନୁକୁନି ପିଲାମାନଙ୍କ ଦ୍ୱାରା ଚିତାକର୍ଷକ ଲଉଡି ଖେଳରେ ବିଭୋର ହୋଇଥିଲେ ଦର୍ଶକ । କମିଟିର ମୁଖ୍ୟ କାର୍ଯ୍ୟକର୍ତ୍ତା ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବାର୍ଷିକ ଲଉଡି ଖେଳ ଉତ୍ସବରେ ମୁଖ୍ୟ ଅତିଥିଭାବେ ବାମନବିନ୍ଧା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅମର କୁମାର ଦାସ, ସମ୍ମାନୀତ ଅତିଥିଭାବେ ରତିକାନ୍ତ ମହାକୁଡି, ଲକ୍ଷ୍ମୀଧର ପଣ୍ଡା, ଦେବେନ୍ଦ୍ର ମହାକୁଡ, ସଭାପତି ଅରବିନ୍ଦ ନାୟକ, ସାମ୍ବାଦିକ ସଞ୍ଜୟ ଦାସ ଓ ଗୌତମ ମିଶ୍ର, ସଞ୍ଜୟ ବେହେରା, ଅମୁଲ୍ୟ ବେହେରା, ଶ୍ରୀଧର ନାୟକ, କପିଳାସ ବେହେରା ପ୍ରମୁଖ ମଞ୍ଚାସୀନ ହୋଇ ଯାଦବଙ୍କ ପରମ୍ପରା ଓ ଲଉଡି ଖେଳ ସମ୍ପର୍କରେ ବକ୍ତବ୍ୟ ରଖଥିଲେ ।

Govt
Leave A Reply