Odisha news

ପୀରହାଟ ଦେଶଦୋଳ ଓ କୋହ୍ଲ ଏଗାର ସଭା ମେଳନ ଉଦ୍ୟାପିତ

0

ତିହିଡି, ୨୮.୦୩(ଯଦୁମଣି ପାଣିଗ୍ରାହୀ) : ରଙ୍ଗର ପର୍ବ ହୋଲି ଓ ଦୋ ମେଳନକୁ ମହା ଆଡମ୍ବରରେ ପାଳନ କରିଛନ୍ତି ତିହିଡିବାସୀ । ବ୍ଲକ୍ର ବିଭିନ୍ନ ସ୍ଥାନରେ ହିନ୍ଦୁ ଓ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ଏହି ଗଣପର୍ବରେ ସାମିଲ ହୋଇ ଭାଇ·ରାର ଉଦାହରଣ ସୃଷ୍ଟି କରିଛନ୍ତି । ଏକାଦଶୀ ତିଥିରେ ରାଧାକୃଷ୍ଣ ବିଗ୍ରହ ନିଜ ବିଜେସ୍ଥଳିରୁୁ ବାହାରି ବିମାନରେ ଅବସ୍ଥାନ କରିଥିଲେ । ବିଭିନ୍ନ ଗାଁ ପରିକ୍ରମା କରି ·ଚିରି ଖାଇବା ପରେ ଦ୍ୱାଦଶୀ ତିଥିରେ ମେଲଣ ଆରମ୍ଭ ହୋଇଥିଲା । ବିମାନଧାରୀରଙ୍କ ସହ ଠାକୁରବାଡିଆ ଗାଁ ଗଣ୍ଡା ବୁଲିବା ସହ ଠାକୁରଙ୍କ ·ଚିରି ଖାଇବା ବା ଭୋଗଲାଗିବା ଆମ ସଂସ୍କୃତି ଓ ଗ୍ରାମୀଣ ପରମ୍ପରାର ଏକ ନିଆରା ସମ୍ପର୍କ ସୃଷ୍ଟି କରିଥାଏ । ବାଣ, ବାଜା ପଟୁଆରରେ ପୀରହାଟ ଦେଶଦୋଳ ମେଲଣ ମହାସମାରୋହରେ ପାଳିତ ହୋଇଯାଇଛି । ବାରବାଟିଆସ୍ଥିତ କାଳୀପଡିଆରେ ଆୟୋଜିତ ଏହି ମେଲଣକୁ ମାଲପୁର, ଅର୍ଜୁନବିନ୍ଧା, ଖେଦରପୁର, କରସାହି, ବାରବାଟିଆ, ହରସିଂହପୁର, ମମନୀପୁର, ନାଉରୀଆ ପୋଖରୀ, ନଳତେଇ ଓ ବାମନବିନ୍ଧାରୁ ମୋଟ୍ ୧୮ ଗୋଟି ବିମାନରେ ଶ୍ରୀଜୀୟୁମାନେ ଆସିଥିଲେ । ମେଲଣ ପଡିଆରେ ସାଜସଜ୍ଜା ହୋଇଥିବା ମଞ୍ଚରେ ଆସନ ଗ୍ରହଣ କରି ଶ୍ରୀଜୀୟୁମାନେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହି ମେଲଣ ପ୍ରାୟ ୧୩୦ ବର୍ଷ ଧରି ପାଳିତ ହେଉଅଛି । ସଭାପତିଭାବେ ଶ୍ରୀକାନ୍ତ ମିଶ, ସମ୍ପାଦକଭାବେ ଶରତ ପାଢୀ, ଆବାହକ ପ୍ରଫୁଲ ପାଢୀ, ତତ୍ୱାବଧାରକଭାବେ ବୈଜୟନ୍ତ କୁମାର ପାଢୀ, ଗଣେଷ ମିଶ୍ର, ମହେଶ୍ୱର ବାରିକ୍, ବଳରାମ କର, ନିର୍ମଳ ମହାନ୍ତି, ଅଜୟ ମହାନ୍ତି, ମୁରଲୀ ମହାନ୍ତି, ବିଜୟ ମହାନ୍ତି, ସଂଗ୍ରାମ ମହାନ୍ତି, ପ୍ରବୋଧ ମହାନ୍ତି, ପୂର୍ଣ୍ଣଚନ୍ଦ୍ର କର ପ୍ରମୁଖ ସଭ୍ୟମାନେ ଓ ସ୍ଥାନୀୟ ଅଞ୍ଚଳବାସୀ ଏହି ମେଲଣକୁ ସୁପରି·ଳନା କରିଥିଲେ । ସେହିପରି କୋହ୍ଲ ବଡଦାଣ୍ଡସ୍ଥିତ ଏଗାରସଭା ମେଳନ ବଡ ଧୂମଧାମରେ ପାଳିତ ହୋଇଯାଇଛି । ଜମିଦାରଙ୍କ ଅମଳରୁ ପ୍ରାୟ ୩ ଶହ ବର୍ଷର ପରମ୍ପରା ବୋଲି କୁହାଯାଉଛି । ପ୍ରତିପଦ ରାତି ଠାରୁ ଆରମ୍ଭ ହୋଇ ଦ୍ୱୀତିୟା ଦିନ ସଂଧ୍ୟାରେ ଉଦ୍ୟାପନୀ ହୋଇଥାଏ । ଚକରାସାହି ଠାରୁ ସନ୍ଥପୁରା, ଆରୁହା, ସିନେ୍ଦାଳ, କମାରିଆ, କୋହ୍ଲା, ବାରିକବିନ୍ଧା, ବିଭୁତିପୁର ଆଦି ଗ୍ରାମର ୩୦ରୁ ଉର୍ଦ୍ଧ ବିମାନ ଠାକୁର ଆସିଥାନ୍ତି । ପରମ୍ପରା ଅନୁଯାଇ ଭୋଗ ଲାଗିବା ପରେ ସମସ୍ତ ଠାକୁର ବାଡିଆଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥାଏ । କମିଟିର କର୍ମକର୍ତ୍ତା ପ୍ରଦୀପ କୁମାର ସାହୁ, ବିନୋଦ ବିହାରୀ ସାହୁ, ନିଷ୍ଣୁଚରଣ ମହାନ୍ତି, ଭଗବାନ ସାହୁଙ୍କ ସମେତ ଗ୍ରାମବାସୀ ଓ ପ୍ରଶାସନ ଶାନ୍ତି ଶୃଙ୍ଖଳାର ସହ ପରି·ଳନାରେ ସହଯୋଗ କରିଥାନ୍ତି । ତେବେ ମେଳନ ସରିବା ପରେ ରାଧାକୃଷ୍ଣଙ୍କ ବିଗ୍ରହଙ୍କୁ ମନ୍ଦିରକୁ ନିଆଯାଇଥିବା ବେଳେ କେତେକ ସ୍ଥାନରେ ପଞ୍ଚଦୋଳ ଆରମ୍ଭ ହୋଇଛି ।

Nalco
Leave A Reply