Odisha news

ସେବା ସଙ୍କଳ୍ପ ସମାଜ ପକ୍ଷରୁ ୩ ପ୍ରମୁଖ କରୋନା ଯୋଦ୍ଧାଙ୍କୁ ସେବା ସମ୍ମାନ-୨୦୨୦ ପ୍ରଦାନ

0

ତିହିଡି (ଯଦୁମଣି ପାଣିଗ୍ରାହୀ ) ୧୫/୦୮: ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ତିହିଡି ବ୍ଲକର ଅଗ୍ରଣୀ ସାମାଜିକ ସେବା ସଙ୍ଗଠନ ‘ସେବା ସଙ୍କଳ୍ପ ସମାଜ’ ପକ୍ଷରୁ ୩ ପ୍ରମୁଖ କରୋନା ଯୋଦ୍ଧାଙ୍କୁ ସେବା ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି । ସଙ୍ଗଠନର ସଭାପତି ସାମ୍ବାଦିକ ତଥା ସାହିତି୍ୟକ ଯଦୁମଣି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକର୍ତ୍ତା ଶିକ୍ଷାବିତ ନିତ୍ୟାନନ୍ଦ ମଲ୍ଲିକ, ବରିଷ୍ଠ କବି ତଥା ସାମ୍ବାଦିକ ନିର୍ମଳ ଚନ୍ଦ୍ର ସେନାପତି, ସମାଜସେବୀ ପ୍ରଫୁଲ ନାୟକ, ହରେକୃଷ୍ଣ ପଣ୍ଡା, କୁମାର ଗଙ୍ଗାଧର, ମହେଶ୍ୱର ତ୍ରିପାଠୀ, ସାମ୍ବାଦିକ ନାରାୟଣ କର ଓ ସଞ୍ଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ କରୋନା ଲଢେଇରେ ସାମିଲ ଥିବା ତଥା ବ୍ଲକର ୩ ପ୍ରମୁଖ ଦକ୍ଷ, କର୍ମଠ ଓ ନିଷ୍ଠାପର ଅଧିକାରୀ ଭାବେ ଜଣାଶୁଣା ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ବ୍ଲକ ମଙ୍ଗଳ ଅଧିକାରୀ ଜ୍ଞାନେନ୍ଦ୍ର ସାମଲ ଓ ତିହିଡି ଥାନାର ଯୁବ ପୋଲିସ ଅଧିକାରୀ ତପନ କୁମାର ପ୍ରଧାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ପ୍ରମୋଦିନୀ ନାୟକ, ପ୍ରମିଳା ଲେଙ୍କା, ମିତାରାଣୀ ପଣ୍ଡା ଓ ଜାନକୀ ସାବତ ବନେ୍ଦ ଉକ୍ରଳ ଜନନୀ ଗାନ କରିଥିଲେ ।

Ad2
Leave A Reply