ତିହିଡ଼ି, ୨୩/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ସିନେ୍ଦାଳ ପଞ୍ଚାୟତରେ ନୂତନ ଭାବେ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାୟ ୫୩ ଜଣ ହିତାଧିକାରୀଙ୍କୁ ସରପଞ୍ଚ ସୁପ୍ରଭା ପାଣି ଭତ୍ତା ବଣ୍ଟନ କରିଛନ୍ତି । ସିନେ୍ଦାଳ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଶ୍ରୀମତୀ ପାଣି ଏହି ନୂତନ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ଟଙ୍କା ପ୍ରଦାନ କରିଥିଲେ । ସରପଞ୍ଚଙ୍କ ପ୍ରଚେଷ୍ଟା କ୍ରମେ ମଧୁବାବୁ ପେନସନ ଯୋଜନାରେ ନୂଆ କରି ସାମିଲ ହୋଇଥିବା ଏବଂ ସରକାରଙ୍କ ଦ୍ୱାରା ଘୋଷିତ ବର୍ଦ୍ଧିତ ଭତ୍ତା ଟଙ୍କା ପାଇବାକୁ ସକ୍ଷମ ହୋଇପାରିଥିବାରୁ ହିତାଧିକାରୀ ମାନେ ସରପଞ୍ଚ ଶ୍ରୀମତୀ ପାଣିଙ୍କ ଉପରେ ଖୁସି ବ୍ୟକ୍ତ କରିଥିଲେ ।