Odisha news

କେପିଏଲ ଦିବାରାତ୍ର କମାରିଆ ପ୍ରିମିୟର ଲିଗ୍ ଉଦ୍ୟାପିତ

0

ତିହିଡି, ୦୧/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ କମାରିଆ ଠାରେ ଆୟୋଜିତ କେପିଏଲ ଦିବାରାତ୍ର କମାରିଆ ପ୍ରିମିୟର ଲିଗ୍ ସୋମବାର ଠାରୁ ଆରମ୍ଭ ହୋଇ ବୁଧବାର ରାତିରେ ଉଦ୍ୟାପିତ ହୋଇଯାଇଛି । ଫାଇନାଲ ଖେଳ ବିଦ୍ୟାଧରପୁର ଦାସ କ୍ରିକେଟ୍ ଟିମ୍ ଓ ଦେଉଳା ଜେଜେ ସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିଣି ଦାସ କ୍ରିକେଟ୍ ଟିମ୍ ବେଟିଂ କରିଥିଲା । ନିର୍ଦ୍ଧାରିତ ୧୫ ଓଭରରେ ୫ ୱିକେଟ୍ ହରାଇ ୯୦ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଜେଜେ ସ୍ପୋର୍ଟିଂ ୩ ୱିକେଟ୍ ବିନିମୟରେ ବିଜୟୀ ହୋଇଥିଲା । ମେନ୍ ଅଫ୍ ଦି ମେଚ୍ ଜେଜେ ସ୍ପୋର୍ଟିଂର ଦିବ୍ୟ, ମେନ୍ ଅଫ୍ ଦି ସିରିଜ ଦାସ କ୍ରିକେଟ୍ ଟିମ୍ର ଚିରଞ୍ଜିବୀ ଲେଙ୍କା, ବେଷ୍ଟ ବୋଲର ଜେଜେ ସ୍ପୋର୍ଟିଂର ଅଜିତ ପଲେଇ ଓ ବେଷ୍ଟ ବ୍ୟାଟ୍ସ ମ୍ୟାନଭାବେ ଦାସ କ୍ରିକେଟ୍ ଟିମର ଏସ. କେ ସଲିମଙ୍କୁ ବିବେଚିତ କରାଯାଇଥିଲା । ରନର୍ସ ଅପ୍ଙ୍କୁ କପ୍ ସହିତ ନଗଦ୍ ୫ ହଜାର ଟଙ୍କା ଓ ଚମ୍ପିଆନ୍ ଟିମ୍ଙ୍କୁ କପ୍ ସହିତ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ଶ୍ରୀଭବାନୀ ଫର୍ଣ୍ଣିଚର୍ସ ଓ ଇଲେକ୍ଟ୍ରୋନିକ୍ସର ଜୀବନ ମହାପାତ୍ର, ସମ୍ମାନୀତ ଅତିଥିଭାବେ ପୀରହାଟ ଥାନାର ଭାରପ୍ରାପ୍ତ ଥାନାଧିକାରୀ ଶ୍ରୀକାନ୍ତ ପତି, ଏସଆଇ ସୁପ୍ରକାଶ ମହାନ୍ତି ଓ ଜୟହନୁମାନ ଟ୍ରାଭେଲ୍ସର ଅରୁଣ ବାରିକ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ କପ୍ ପ୍ରଦାନ କରିଥିଲେ । ଅମ୍ପାୟାରଭାବେ ସତ୍ୟ ନାରାୟଣ ସାବତ ଓ ରୁଦ୍ର ନାରା୍ୟନ ସାବତ୍ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଭରତଚନ୍ଦ୍ର କାଣ୍ଡି, ପ୍ରଭୁପ୍ରସାଦ କାଣ୍ଡି, ମନୋରଞ୍ଜନ ବେହେରା, ବିଶ୍ୱଜିତ ବେହେରା, ବିଶ୍ୱରଞ୍ଜନ ମହାନ୍ତି, ନିଗମାନନ୍ଦ ମହାପାତ୍ର, ପ୍ରଣବ ବାରିକ, ସୁନିଲ ମାଝୀ ଓ ସୁରଜିତ ପଣ୍ଡାବ ପ୍ରମୁଖ ପରି·ଳନା କରିଥିଲେ ।

Leave A Reply