Odisha news

ଡ.କାଳୀପଦ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

0

ତିହିଡି, ୦୧/୦୨(ଯଦୁମଣି ପାଣିଗ୍ରାହୀ): ଶିକ୍ଷକ ଡ.କାଳୀପଦ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଡ.କାଳୀପଦ ଦାସ ତିହିଡି ବ୍ଲକ ଦହପାଣିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକଭାବେ କାର୍ଯ୍ୟ କରନ୍ତି । ବିଭିନ୍ନ ସମୟରେ କ୍ଲାସ ରୁମ ପାଠପଢା, ଡିଜିଟାଲ କ୍ଲାସ, ଗୁଣାତ୍ମକ ଶିକ୍ଷା, ବିଦ୍ୟାଳୟରେ ଦୈନିକ କାର୍ଯ୍ୟକ୍ରମରେ ଯୋଗଦାନ, ରେଡକ୍ରସ, ସ୍କାଉଟ୍ ଗାଇଡ୍, ଇକୋ କ୍ଲବ, ବିଜ୍ଞାନ ମେଳା, ଶିକ୍ଷକ ଅଭିଭାବକ ବୈଠକରେ ଯୋଗଦାନ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିବା ଲାଗି ପ୍ରୋତ୍ସାହନ ଆଦି ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିବା ଫର୍ମ ପୂରଣ କରିଥିଲେ । ଯାହା ଆଜିର ଦିନରେ ଏପରି ପୁରସ୍କାର ପାଇବାର ସୁଯୋଗ ଦେଇଛି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ମାନପତ୍ର ସହ ସିଲ୍ଡ ଓ ନଗଦ୍ ଅର୍ଥ ରାଶି ପ୍ରଦାନ କରାଯାଇଛି । ଏନେଇ ଦହପାଣିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଛି । ଗୁରୁବାର ପୂର୍ବାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମୀ ଓ ଛାତ୍ରଛାତ୍ରୀମାନଙ୍କ ତରଫରୁ ଶିକ୍ଷକ ଡ.କାଳୀପଦ ଦାସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଧାନ ଶିକ୍ଷକ ସନତ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଶଶିକାନ୍ତ ପଣ୍ଡା, ଅଜିତ କୁମାର ପରମାଣିକ, କ୍ଷୀରାବ୍ଧୀ ମାଝୀ, ସସ୍ମିତା ସାହୁ, ଶାନ୍ତିଲତା ସାମଲ, ଯୁବରାଜ ମାଝୀ, ବସନ୍ତ କୁମାର ଗାଗରାଇ, ତୃପ୍ତୀମୟୀ ବେହେରା, ଦେବୀଦତ୍ତା ଦାଶ, ମନୋରଞ୍ଜନ ମହାରଣା, ପ୍ରତାପ କୁମାର ବାରିକ, ରମେଶ ଚନ୍ଦ୍ର ମିଶ୍ର, ପଙ୍କଜିନୀ ନାୟକ, ସୁମିତ୍ରା ମଳିକ, ଜାନକୀ ଦାସ, ସର୍ବେଶ୍ୱର ମଳିକ, କିଶୋର ମଳିକ, ଦଶରଥ ମଳିକ, ବୈଲୋଚନ ମହାଳିକ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମୀ ଉପସ୍ଥିତ ଥିଲେ । ଡ. କାଳୀଚରଣ ଦାସ ଗଣିତ ଶିକ୍ଷାରେ ଉତ୍ସର୍ଗତା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର ପାଇଥିବା ଏବଂ ଏହା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ବୋଲି ମତପ୍ରକାଶ ପାଇଥିଲା ।

Leave A Reply