Odisha news

ଲକ୍ଷ୍ମୀନାରାୟଣ ହାଇସ୍କୁଲରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

0

ତିହିଡି,୨୫ା୦୧(ଯଦୁମଣି ପାଣିଗ୍ରାହୀ) ତିହିଡି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ହଂସପାଟ ଗ୍ରାମସ୍ଥିତ ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛ । ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପତି୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ କମଳାକାନ୍ତ ମାଝୀ ମୁଖ୍ୟ ଅତିଥି, ଲିଙ୍ଗରାଜ ନାୟକ, ହରିଶ ଚନ୍ଦ୍ର ସାହୁ, ସରୋଜ ନାୟକ ଅତିଥି ଭାବେ ଯୋଗଦେଇ ହୃଦୟର ଭାଷା ମାତୃଭାଷାର ସୁରକ୍ଷା ଓ ବିକାଶ ଦିଗରେ ଛାତ୍ରଛାତ୍ରୀମାନେ ନିଷ୍ଠାର ସହିତ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ଏହି ଅବସରରେ ସ୍କୁଲର ସାହିତ୍ୟ ସୃଜନୀ କ୍ଲବ, କୌଶଳୀ କ୍ଲବ, କ୍ରୀଡାଙ୍ଗନା କ୍ଲବ ଓ ଜୀଜ୍ଞାସା କ୍ଲବ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ଗୁଡ଼ିକ ନିର୍ମିତ ହୋଇଥିଲା । ‘ମୋ କଥା ମୋ କାହାଣୀ’ ଶୀର୍ଷକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ନିଜସ୍ୱ ପୁସ୍ତିକା ମାନ ପ୍ରସ୍ତୁତ କରି ଏହାକୁ ସମୀକ୍ଷା କରିଥିଲେ । ସେହିପରି କିଛି ଛାତ୍ରଛାତ୍ରୀ ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିବା ବେଳେ କିଛି ଛାତ୍ରୀ ନୃତ୍ୟ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ସୁଧାଂଶୁ ଶେଖର ନାୟକ, ରବୀନ୍ଦ୍ର କୁମାର ପଣ୍ଡା, ସ୍ନେହାଂଶୁ ଶେଖର ନାୟକ, ପ୍ରହ୍ଲାଦ ନାୟକ, ରଘୁନାଥ ନାୟକ, କାର୍ତ୍ତିକ ମାଝୀ ଓ ସରସ୍ୱତୀ ତରାଇ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଅଭିଭାବିକା ଯୋଗଦେଇଥିଲେ ।

Leave A Reply