Odisha news

ପାଣି ଘେରରେ ତିହିଡି ବ୍ଳକର ୬ ପଞ୍ଚାୟତ : ରାସ୍ତା ଓ ଚାଷ ଜମି ଜଳମଗ୍ନ, ଯୋଗାଯୋଗ ବିଚ୍ଛିନ୍ନ

ତିହିଡ଼ି,୧୮ା୦୯: ବୈତରଣୀ ଓ ଏହାର ଶାଖା ନଦୀରେ ବନ୍ୟା ଆସିବା ଯୋଗୁଁ ତିହିଡି ବ୍ଲକର ୬ ପଞ୍ଚାୟତ ପାଣି ଘେରରେ ରହିଛି । ଏହିସବୁ ପଞ୍ଚାୟତରେ ଗ୍ରାମ ରାସ୍ତା ସବୁ ଜଳମଗ୍ନ ହୋଇ ପଡିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପଞ୍ଚାୟତର ୨ ହଜାର ହେକ୍ଟରରୁ ଉଦ୍ଧ୍ୱର୍ ଚାଷ ଜମି ଜଳ ମଗ୍ନ ହୋଇଥିବାରୁ ଧାନ ଚାଷ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବ୍ଲକର ବାରୋ, ବିଲଣା, ତଳଗୋପବିନ୍ଧା, ବୋଡକ. କାଁପଡା ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତ ବନ୍ୟା ଯୋଗୁଁ ଜଳମଗ୍ନ ହୋଇଛି । ମଙ୍ଗରାଜପୁର-ଶ୍ୟାମସୁନ୍ଦରପୁର ଭାୟା କାଁପଡା ଓ ତିହିଡି-ବୋଡକ ଭାୟା ବିଲଣା ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ଏହାଛଡା ପଞ୍ଚାୟତ ଗୁଡିକର ଗ୍ରାମ ରାସ୍ତା ଜଳ ମଗ୍ନ ହୋଇ ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବନ୍ୟା ପାଣି ତଳିଆ ଅଞ୍ଚଳକୁ ମାଡୁଥିବାରୁ ଶନିବାର ରାତି ସୁଦ୍ଧା ଏହା ବାରସର ଓ ଗୋବବିନ୍ଦପୁର ପଞ୍ଚାୟତକୁ ଜଳମଗ୍ନ କରିବା ସମ୍ଭାବନା ରହିଛି । ତେବେ ଚାଷ ଜମି ଜଳ ମଗ୍ନ ହୋଇଥିବାରୁ ଚାଷୀ ଲାଗି ଏହା ଚିନ୍ତାର କାରଣ ହୋଇଛି । ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ମୁକାବିଲା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସୁୁଶ୍ରୀ ବିଦୁ୍ୟତଲତା ନାୟକଙ୍କ ଅଧ୍ୟକ୍ଷତାେରେ ଅନୁଷ୍ଠିତ ବୈଠକରେ ତହସିଲଦାର ପ୍ରତୀକ ସାହୁ, ବିଡିଓ ବସନ୍ତ ସାହାଣୀ, ସହକାରୀ ଯନ୍ତ୍ରୀ ରଶ୍ମୀରଞ୍ଜନ ମହାପାତ୍ର, ମଙ୍ଗ ଅଧିକାରୀ ଜ୍ଞାନେନ୍ଦ୍ର ସାମଲଙ୍କ ସେମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଏଥିରେ ଉପସ୍ଥିତ ଥିଲେ । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସହ ଆବଶ୍ୟକ ସ୍ଥଳେ ବିପନ୍ନଙ୍କ ପାଖରେ ରିଲିଫ ପହଞ୍ଚାଇବା ନେଇ ବୈଠକରେ ଆଲୋଚନା ହୋଇଥିଲା ।

Comments are closed.