Odisha news

ଓଡିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ

ତିହିଡି,୦୨/୦୪: ତିହିଡି ବ୍ଲକ ସିନେ୍ଦାଳ ପଞ୍ଚାୟତ ଅଧିନ ସନ୍ଥପୁରା ଠାରେ ଶୁକ୍ରବାର ଓଡିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି । ୩କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥବବା ଏହି ସ୍କୁଲର ଭିତ୍ତିପ୍ରସ୍ତର ମୁଖ୍ୟ ଅତଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରିଥିଲେ । ସମ୍ମାନୀତ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ ଯୋଗ ଦେଇଥିଲେ । ବାସୁଦେବପୁର ବିଧାୟକ ରାଉତରାୟଙ୍କ ଉଦ୍ୟମ କ୍ରମେ ବ୍ଲକରେ ଏହି ବିଦ୍ୟାଳୟ ସ୍ଥାପନ ସମ୍ଭବ ହୋଇ ପାରିଛି । ଏହି ବିଦ୍ୟାଳୟ ଯୋଗୁଁ ତିହିଡି ଅଞ୍ଚଳରେ ଶିକ୍ଷାର ଯଥେଷ୍ଟ ବିକାଶ ଘଟିବ ବୋଲି ଅତିତôମାନେ କହିଥିଲେ ।

ଗ୍ରାମୀଣ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ଖଟୁଆ ୫ ଏକର ଜମିରେ ଏହି ବିଦ୍ୟାଳୟ ସ୍ଥାପିତ ହେବ ବୋଲି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧିô ପ୍ରଶାନ୍ତ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣୀ ଦାସ ଓ କମଳାକାନ୍ତ ଦାସ, ସରପଞ୍ଚ ବୈକୁଣ୍ଠ ନାଥ ପାଣି, ପ୍ରଦୀପ ପଣ୍ଡା, କୀର୍ତ୍ତନ ରାଉତ, ବିପିନ ବେହେରା, ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, ପ୍ରାକ୍ତନ ଏମପିଙ୍କ ପ୍ରତିନିଧି ସୁରେନ୍ଦ୍ର ନାୟକ, ବରିଷ୍ଠ ନେତା ହରିହର ସେନାପତି, ସରପଞ୍ଚଙ୍କ ପ୍ରତିନିଦô ନିତ୍ୟାନନ୍ଦ ବେହେରା, ସମିତିସଭ୍ୟଙ୍କ ପ୍ରତିନିଧିô ଅନିରୁଦ୍ଧ ବାରିକ, ଶିକ୍ଷାବିତ ସୁରେନ୍ଦ୍ର ନାୟକ, ପ୍ରାକ୍ତନ ସରପଞ୍ଚ ଗୋକୁଳାନନ୍ଦ ମଲ୍ଲିକ ଓ ସୁରେନ୍ଦ୍ର ନାୟକ, ଯୁବନେତା ପ୍ରବୀର ନାୟକ, ସୁଧନ୍ୱା ନାୟକ, ଆଲୋକ ନାୟକ, ସୟଦ କାଲା ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ନିର୍ମଳ ଚନ୍ଦ୍ର ଜେନା, କନିଷ୍ଠ ଯନ୍ତ୍ରୀ ହିମାଂଶୁଶେଖର ପ୍ରତିହାରୀ ଓ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ଷେଣ୍ଢ ଯୋଗ ଦେଇଥିଲେ ।

Ad2

Comments are closed.