ତିହିଡି,୦୨/୦୪: ବିପୁଳ ଅର୍ଥ ଥିବା ଲୋକଙ୍କୁ ବଡ ମଣିଷ ବୋଲି ସମସ୍ତେ ଭାବିଥାନ୍ତି । କିନ୍ତୁ ଭଲ ମଣିଷ ମାନେ ପ୍ରକୃତପକ୍ଷେ ବଡ ମଣିଷ । ଯାହାଙ୍କ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ ବୋଲି ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ କହିଛନ୍ତି । ତିହିଡି ବ୍ଲକ ଅଧିନ କୋହ୍ଲ ହାଇସ୍କୁଲର ଶୁକ୍ରବାର ଅନୁଷ୍ଠିତ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ରାଉତରାୟ ଉତ୍ସବକୁ ଉଦଘାଟନ କରିଥିଲେ । ପରେ ସମାରୋହରେ ଯୋଗଦେଇ ସେ କହିଥିଲେ ଯେ, କୋହ୍ଲ ହାଇସ୍କୁଲର ରୂପରେଖ ପରିବର୍ତ୍ତନରେ ତାଙ୍କ ବାପା ତଥା ପ୍ରାକ୍ତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଯଥେଷ୍ଟ ଅବଦାନ ଥିଲା ।
ହାଇସ୍କୁଲର ବିକାଶ ପାଇଁ ସେ ସର୍ବଦା ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଭାବେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯୋଗ ଦେଇ କହିଥିଲେ ଯେ, କୋହ୍ଲ ଓ ଏହାର ଆଖପାଖ ଅଞ୍ଚଳ ହେଉଛି ସାହିତ୍ୟ ଓ ସଂସ୍କୃତିର ମାଟି । ଅନେକ ଖ୍ୟାତି ସଂପନ୍ନ ବ୍ୟକ୍ତି ଏଠାରେ ଜନ୍ମ ହୋଇ ଏହି ମାଟିକୁ ଗୌରାବାନ୍ୱିତ କରିଛନ୍ତି । ସମ୍ମାନୀତ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ ଓ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ ଯୋଗ ଦେଇ ଜ୍ଞାନ ଆହରଣ ସହ କଠିନ ପରିଶ୍ରମ ଛାତ୍ରଛାତ୍ରୀଙ୍କୁ ଅସାଧାରଣ କରିଥାଏ ଏବଂ ସେହି ଅସାଧାରଣ ପିଲାଙ୍କ ପାଇଁ ବିଦ୍ୟାଳୟର ଖ୍ୟାତି ବଢିଥାଏ ବୋଲି କହିଥିଲେ । ପ୍ରାରମ୍ଭରେ ଅତିଥି ମାନେ ସ୍କୁଲର ପ୍ରତିଷ୍ଠାତା ଶିକ୍ଷାବିତ ବଳରାମ ସାହୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ପରେ ତିହିଡି ସଙ୍ଗୀତ ମହାବିଦ୍ୟାଳୟର କଣ୍ଠଶିଳ୍ପୀ ମାନେ ‘ବନେ୍ଦ ଉକ୍ରଳ ଜନନୀ’ ପରିବେଷଣ କରିଥିଲେ ।
ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଦେବେନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହକୁ ଗୀତିକାର ପଞ୍ଚାନନ ନାୟକ ପରିଚାଳନା କରିଥିଲେ । କେପି ଓ ଗୁଡି ସଂଯୋଜନା କରିଥିଲେ । ପୁରାତନ ଛାତ୍ର କୃପା ମହାନ୍ତି ଧନ୍ୟବାଦ ଦେଇଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟିର ସଂଯୋଜକ କମଳାକାନ୍ତ ପଣ୍ଡା, ଜ୍ଞାନ ପ୍ରକାଶ ମାହୁନ୍ତ, ବିଷ୍ଣୁମୋହନ ମହାନ୍ତି, ପ୍ରଦୀପ ସାହୁ,ବଳରାମ ସେନାପତି, କମଳାକାନ୍ତ ଲେଙ୍କା, ରମେଶ ନାୟକ, ସଦାନନ୍ଦ ଜେନା, ବଂଶୀଧର ପାଣି, ଜ୍ଞାନ ପ୍ରକାଶ ଶତପଥି, ହେମନ୍ତ ବଳ, ନିରଞ୍ଜନ ସେନାପତି, ରବିନାରାୟଣ ସେନାପତି, ଅଭୟ ସାହୁ, ରଶ୍ମିରଞ୍ଜନ ନାୟକ, ଋକ୍ମିଣୀ ଘଡାଇ, ମାଣିକମଞ୍ଜରୀ ମାହୁନ୍ତ, ସୁରେନ୍ଦ୍ର ପତି, ଅମୂଳ୍ୟ ନାୟକ ଓ ବିଚିତ୍ର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ
Comments are closed.