ବୋରିଗୁମ୍ମା (କେ.ସାକିଲି ଦୋରା)—-ବୋରିଗୁମ୍ମା ସ୍ଥିତ ଡାକବଙ୍ଗଳା ଠାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ୍ୟ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଛନ୍ତି।ବୋରିଗୁମ୍ମା ବ୍ଲକ ର ୧୦ ଗୋଟି ପଞ୍ଚାୟତ ର ପ୍ରାୟ ୫୫ ହିତାଧିକାରୀ ଙ୍କୁ ବିଧାୟକ ଶ୍ରୀ ବାହିନୀପତି ଭତ୍ତା କାର୍ଡ ଓ ଟଙ୍କା ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବିଡିଓ ପ୍ରଣୟ ରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷା ବିମଳା ଚାଲାଣ, ସରପଞ୍ଚ ଚନ୍ଦ୍ରିକା ଯାନୀ,ପିଇଓ ଦିବ୍ୟ ମୋହନ ନାୟକ, କାର୍ତ୍ତିକ ନାୟକ, ବ୍ଲକ କଂଗ୍ରେସ ସଭାପତି ଅଶୋକ କୁମାର ଗନ୍ତାୟତ, ବରିଷ୍ଠ କଂଗ୍ରେସ ନେତା ଭାନୁ ଦୋରା, କେ.ସୁଧାକର, ତପନ ଦାସ, ବିଟୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜୟପୁର-ନବରଙ୍ଗପୁର ନୂତନ ରେଳପଥ ର ବୋରିଗୁମ୍ମା ସହର ଦେଇ ଯାଉଅଛି। ରେଳପଥ ର ସର୍ଭେ ଦ୍ୱାରା ବୋରିଗୁମ୍ମା ର ବହୁ ଅନୁଷ୍ଠାନ ପ୍ରଭାବିତ ହେଉଅଛି। ଏଣୁ ନୂତନ ରେଳପଥ ର ଦିଗ ପରିବର୍ତ୍ତନ ପାଇଁ ବିଧାୟକ ଙ୍କୁ ବିସ୍ଥାପିତ ଲୋକେ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

Comments are closed.