Odisha news

ସସାହାଣ୍ଡି ମଣ୍ଡଳ ବିଜେପି କର୍ମକର୍ତ୍ତା ନାମ ଘୋଷଣା କରାଗଲା

ବୋରିଗୁମ୍ମା (କେ.ସାକିଲି ଦୋରା)—ବୋରିଗୁମ୍ମା ସ୍ଥିତ ସ୍ଥାନୀୟ ଦୋରା କଲ୍ୟାଣ ମଣ୍ଡପ ଠାରେ ସସାହାଣ୍ଡି  ମଣ୍ଡଳ ବିଜେପି ର କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ବିଜେପି ସମ୍ପାଦକ ରାମେଶ୍ୱର ଜେନା ଯୋଗ ଦେଇ ସସାହାଣ୍ଡି ବିଜେପି ମଣ୍ଡଳ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଥିଲେ। ରାଜ୍ୟ ବିଜେପି କାର୍ଯ୍ୟାଳୟ ର ପତ୍ରାଙ୍କ ଅନୁସାରେ ସସାହାଣ୍ଡି ମଣ୍ଡଳ ବିଜେପି ର ସଭାପତି ଭାବେ ବିଜାପୁର ଗ୍ରାମର ଜି.ରାଜା ରାଓ ଙ୍କୁ ମନୋନୀତ କରିଛନ୍ତି। ସେହିଭଳି ଛଅ ଜଣ ଉପ ସଭାପତି ହେଉଛନ୍ତି ଲଷ୍ମୀ ନାରାୟଣ ବିଶୋଇ, ଦିବାକର ନାୟକ,ଲଳିତ ନାୟକ,ବଳରାମ ଗାଦବା, ସଞ୍ଜୁ ଭତ୍ରା, ସବିତା ବିଶୋଇ ।ସେହିଭଳି ସାଧାରଣ ସମ୍ପାଦକ ଭାବେ ରାଜେଶ ପ୍ରଧାନ, ସତ୍ୟ ନାରାୟଣ ଭଞ୍ଜ, ସମ୍ପାଦକ ଭାବେ ଦେବେନ୍ଦ୍ର କୁମାର ରାଜୁ,ମହେନ୍ଦ୍ର କୁମାର ପଣ୍ଡା, ପୀତବାସ ଯାନୀ,ସନ୍ତୋସି ପାଇକ, ଅମ୍ବିକା ବିଶୋଇ ମନୋନୀତ ହୋଇଛନ୍ତି। କୋଷାଧ୍ୟକ୍ଷ ଭାବେ ଅଚ୍ୟୁତାନନ୍ଦ ପାଣିଗ୍ରାହୀ ଙ୍କୁ ମନୋନୀତ କରାଯାଇଛି। ସସାହାଣ୍ଡି ବିଜେପି ମଣ୍ଡଳ ର ଯୁବ ମୋର୍ଚ୍ଚା ସଭାପତି ଭାବେ ଭି. ଶ୍ରୀଧର, ମହିଳା ମୋର୍ଚ୍ଚା ସଭାପତି ଭାବେ ମୁକ୍ତାମଣି ହରିଜନ, କୃଷକ ମୋର୍ଚ୍ଚା ସଭାପତି ଭାବେ ସୁଦର୍ଶନ ଭତ୍ରା, ଏସ ସି ମୋର୍ଚ୍ଚା ସଭାପତି ଭାବେ ପର୍ଶୁରାମ ହରିଜନ, ଓବିସି ମୋର୍ଚ୍ଚା ସଭାପତି ଭାବେ ସଦାଶିବ କମାର ଓ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ଘନଶ୍ୟାମ ହରିଜନ ଙ୍କ ନାମ ଘୋଷଣା କରାଯାଇଛି। ୨୯ ଜଣଙ୍କୁ କାର୍ଯ୍ୟକାରୀ ସଭ୍ୟ ଭାବେ ରାଜ୍ୟ ବିଜେପି ମନୋନୀତ କରିଛନ୍ତି। ନୂତନ ସସାହାଣ୍ଡି ବିଜେପି ମଣ୍ଡଳ କର୍ମକର୍ତ୍ତା ଙ୍କୁ ଜିଲ୍ଲା ସମ୍ପାଦକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବୋରିଗୁମ୍ମା ବିଜେପି ମଣ୍ଡଳ ସଭାପତି ରାଜ ସିଂ ଯୋଗ ଦେଇଥିଲେ। ଆଗାମୀ ଦିନରେ ସସାହାଣ୍ଡି ମଣ୍ଡଳ ର ୧୨ ଗୋଟି ପଞ୍ଚାୟତ ରେ ବିଜେପି ତୃଣମୂଳ ସ୍ତରରେ କାମ କରିବାକୁ ଶପଥ ନେଇଥିଲେ।
IEC 2 years

Comments are closed.