Odisha news

ତିହିଡିରେ ପଞ୍ଚାୟତ ରାଜ ଓ ଲୋକସେବା ଦିବସ

0

ତିହିଡି,୦୫/୦୩: ପ୍ରବାଦ ପୁରୁଷ, ପ୍ରାକ୍ତନ ମୁଖ୍ୟମନ୍ତୀ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମତିଥି ଉପଲକ୍ଷେ ପଞ୍ଚାୟତରାଜ ଓ ଲୋକସେବା ଦିବସ ତିହିଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ ଅଧ୍ୟକ୍ଷତା କରିଥିଲେ । ବିଡିଓ ବସନ୍ତ ସାହାଣୀ, ଏମପିଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ପ୍ରଶାନ୍ତ ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣୀ ଦାସ ଓ କମଳାକାନ୍ତ ଦାସ ଅତିଥି ଭାବେ ଯୋଗଦେଇ ବିଜୁ ବାବୁ ରାଜ୍ୟର ଉନ୍ନତି ପାଇଁ ସର୍ବଦା ଚିନ୍ତା କରୁଥିଲେ ବୋଲି କହିଥିଲେ । ସରପଞ୍ଚ ତିଳୋତ୍ତମା ବେହେରା, ବିପିନ ବେହେରା, ମାନସୀ ଦାସ, ମାନସ ରଞ୍ଜନ ସାହୁ, ସରପଞ୍ଚଙ୍କ ପ୍ରତିନିଧି ପାର୍ଥସାରଥି ନାୟକ ଓ ନିତ୍ୟାନନ୍ଦ ବେହେରା, ସମିତିସଭ୍ୟ ଦାଶରଥିô ମହାପାତ୍ର ଓ ଯତିନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏବିଡିଓ ଗୁଲ ଫିଦେ୍ର୍ଦାଶ, ସହକାରୀ ଯନ୍ତ୍ରୀ ରଶ୍ମୀରଞ୍ଜନ ମହାପାତ୍ର, ମନରେଗା ସହାୟକ ସୁଧାଂଶୁ ନାୟକ, ଜିପିଓ ତରଣୀସେନ ବାରିକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ବନେ୍ଦ ଉକ୍ରଳ ଜନନୀ ଗାନ କରାଯାଇଥିଲା ।

Leave A Reply