Odisha news

ମଦ ଦୋକାନ ନେଇ ଅପପ୍ରଚାରକୁ ବିଜେଡିର ନିନ୍ଦା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଚେତାବନୀ

0

ତିହିଡି,୧୮/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଆନନ୍ଦ ପୀରହାଟ ଅଞ୍ଚଳରେ ବିଦେଶୀ ମଦ ଦୋକାନ ଖୋଲିବା ନେଇ ଏକ ସଙ୍ଗଠନ ପକ୍ଷରୁ କରାଯାଇଥିବା ଅପପ୍ରଚାରକୁ ବିଜେଡି ତରଫରୁ ତିବ୍ର ନିନ୍ଦା କରାଯାଇଛି । ସଙ୍ଗଠନର ଅଭିଯୋଗକୁ ଦୌଲତପୁର ଓ ବାମନବିନ୍ଧା ପଞ୍ଚାୟତର ବିଜେଡି ନେତାମାନେ ଅସ୍ୱୀକାର କରିଛନ୍ତି । ମିଥ୍ୟା ଅଭିଯୋଗ ପାଇଁ ସଙ୍ଗଠନ ପକ୍ଷରୁ କ୍ଷମା ପ୍ରାର୍ଥନା କରା ନଗଲେ ସଙ୍ଗଠନକୁ ଅସିଦ୍ଧ ଘୋଷଣା କରିବା ପାଇଁ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବେ ବୋଲି ସୋମବାର ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି

। ଦୌଲତପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ପାର୍ଥସାରଥି ନାୟକ, ବାମନବିନ୍ଧା ସରପଞ୍ଚ ଅମର ଦାସ, ଯୁବ ନେତା ହିମାଦ୍ରୀ ମିଶ୍ର, ପ୍ରଭାତ ମିଶ୍ର ଦର୍ଶାଇଛନ୍ତି ଯେ, ୩ ବର୍ଷ ପୂର୍ବେ ପୀରହାଟ ଶାନ୍ତିଶୈଳେନ୍ଦ୍ର ହାଇସ୍କୁଲ ଠାରୁ ଅଳ୍ପକିଛି ଦୂରରେ କ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ମସୁଧା କରାଯାଇଥିଲା । ସେହି ସମୟରେ ବିଜେଡି ପକ୍ଷରୁ ଏହାର ତିବ୍ର ବିରୋଧ କରାଯିବା ପରେ ମଦ ଦୋକାନ ଖୋଲାଯାଇ ନଥିଲା । ଏବେ ମଦ ଦୋକାନ ଖୋଲା ଯିବା ନେଇ କୌଣସି ସୂଚନା ନଥିବା ବେଳେ ପୀରହାଟରେ ଏକ ସଙ୍ଗଠନ ପକ୍ଷରୁ ହଟଚମଟ କରାଯାଇଛି । ସଙ୍ଗଠନ ପକ୍ଷରୁ ରବିବାର ଡାକବାଜି ଯନ୍ତ୍ର ସହାୟତାରେ ବିଭିନ୍ନ ଅପପ୍ରଚାର କରାଯାଇଛି । ବିଜେଡି ନେତାମାନେ ୨୫ ଲକ୍ଷ ଟଙ୍କା ନେଇ ମଦ ଦୋକାନ ଖୋଲିବାରେ ସହାୟତା କରୁଛି ବୋଲି ସଙ୍ଗଠନ ପକ୍ଷରୁ ପ୍ରଚାର କରାଯାଇଥିଲା ।

ଏହାକୁ ନେଇ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ସ୍କୁଲ ନିକଟରେ ମଦ ଦୋକାନ ଖୋଲିବାକୁ ବିଜେଡି ପକ୍ଷରୁ ବିରୋଧ କରାଯାଇଥିବା ବେଳେ ସଙ୍ଗଠନର ଏହି ଅଭିଯୋଗ ଭିତ୍ତିହୀନ ଏବଂ ଏହାର ସତ୍ୟାସତ୍ୟ ପ୍ରମାଣ ସଙ୍ଗଠନ ପକ୍ଷରୁ ଦିଆଯିବା ଆବଶ୍ୟକ ବୋଲି ବିଜେଡି ନେତାମାନେ ଦର୍ଶାଇଥିଲେ । ଏହା କରା ନଗଲେ ସେମାନେ ସଙ୍ଗଠନର ଅସିଦ୍ଧ ଘୋଷଣା ଦାବିରେ ଗଣଧାରଣା ଦେବା ସହ ଆଇନର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଶଶିକାନ୍ତ ମହାରଣା, ପ୍ରହ୍ଲାଦ ବାରିକ, ସୁରେନ୍ଦ୍ର ବଳ, ସୁରେଶ ବିଶ୍ୱାଳ, ପବିତ୍ର ଜେନା, କୃଷ୍ଣଚନ୍ଦ୍ର ମହାନ୍ତି, ଯଦୁନାଥ ପାଣିଗ୍ରାହୀ, କାଶୀନାଥ ସେନାପତି, ରବିନ୍ଦ୍ର ମହାନ୍ତି, ଅଭିମନୁ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply